୨୮,୦୦୦ ଟଙ୍କାରେ ଜମି ବନ୍ଧାଦେଇ ନାଗପୁରରୁ ଭଦ୍ରକ ଫେରିଲେ ଦମ୍ପତ୍ତି, ବାଟରେ ଜନ୍ମ ହେଲା ଶିଶୁକନ୍ୟା  

ଭଦ୍ରକ : କରୋନା ସାରା ବିଶ୍ବର ଲୋକଙ୍କୁ କଲବଲ କରୁଥିବା ବେଳେ ଏପ୍ରିଲ ମାସ ୨ ତାରିଖ ଦିନ ସୁରଟରୁ ବସ୍ ଯୋଗ‌େ ଭଦ୍ରକ ଫେରୁଥିବା ବାଟରେ  ତିହିଡି ବ୍ଲକର କୁବେରା ଗ୍ରାମର  ସୁଶାନ୍ତ ବେହେରାଙ୍କର ପତ୍ନୀଙ୍କର ଗର୍ଭ ଯନ୍ତ୍ରଣା  ହୋଇଥିଲା। ତେଣୁ ଯାତ୍ରୀ ନେଇ ଆସୁଥିବା ବସଟି ନାଗପୁର – ମୁମ୍ବାଇ ଜାତୀୟ ରାଜପଥର ନାଗପୁର ନିକଟରେ ରାସ୍ତା କଡରେ ଉଭୟ ଦମ୍ପତ୍ତିଙ୍କୁ ଓହ୍ଲାଇଦେଇ ଆସିଥିଲା।  ସେଦିନ  ରାତିରେ ରାସ୍ତା କଡରେ ସୁଶାନ୍ତଙ୍କ ପତ୍ନୀ ଏକ ଶିଶୁ କନ୍ୟା ପ୍ରସବ କରିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନାଗପୁର ନିକଟସ୍ଥ ଏକ ମେଡିକାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ମନୋଜଙ୍କ  ଓ ତାଙ୍କ ପତ୍ନୀ ୬ ହଜାର ଟଙ୍କା ଦେଇ ବସ୍  ଟିକଟ କରି ଭଦ୍ରକ ଆସିବାକୁ ଥିବା  ବେଳେ ରାସ୍ତାରେ ଶିଶୁ ପୁତ୍ର ଜନ୍ମ ହେବା ପରେ ସେଠାରୁ ନାଗପୁର ମେଡିକାଲ ଯିବା ଓ ଅନ୍ୟାନ୍ୟ ଔଷଧ ଖର୍ଚ୍ଚରେ ଆଉ ଯାହା ଟଙ୍କା ପଇସା ଥିଲା। ସେସବୁ  ଟଙ୍କା ଶେଷ ହୋଇଯାଇଥିଲା।  ସୁଶାନ୍ତଙ୍କ ପାଖରେ ଆଉ ଟଙ୍କାଟିଏ ନ ଥିଲା। ଓଡ଼ିଶା ଉଭୟ ସ୍ବାମୀ- ସ୍ତ୍ରୀ କିଭଳି ଫେରିବେ, ସେଇ ଚିନ୍ତାରେ ଥିଲେ।  ରାଜ୍ୟ ସରକାର  ଓ ଭଦ୍ରକ ଜିଲ୍ଲା ପ୍ରଶାସନ ତାଙ୍କୁ ସହାୟତା କରନ୍ତୁ ବୋଲି ସେ ନିବେଦନ କରିଥିଲେ। ତାଙ୍କ ଦୁଃଖ କେହି ଶୁଣି ନଥିଲେ।

ଶେଷରେ ନିଜର ଗାଁ ଲୋକଙ୍କ ସହଯୋଗରେ  ନିଜର କୁବେରା ଗ୍ରାମରେ ଥିବା କିଛି ଜମି ବନ୍ଧା ପକାଇ ୨୮ ହଜାର ଟଙ୍କା ସଂଗ୍ରହ କରାଯାଇ ତାଙ୍କ ନିକଟକୁ ପଠାଯିବା  ପରେ ସେ ନାଗପୁରରୁ ଏକ ଟ୍ୟାକ୍ସି ଭଡା କରି ଉଭୟ ଭଦ୍ରକରେ ଆସି ପହଞ୍ଚିଥିଲେ।  ମନୋଜକୁ ଶିଶୁ କନ୍ୟାଟିର ଦେହ ଅସୁସ୍ଥ ହୋଇ ପଡିବାରୁ ସେମାନେ ଗତକାଲି ରାତିରେ ଆସି ଭଦ୍ରକ ମେଡିକାଲରେ  ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ। ସାରା‌ ରାତି ସେମାନେ ଭଦ୍ରକ ମେଡିକାଲ ବାରଣ୍ଡାରେ  ରହିଥିଲେ। କରୋନା କଟକଣା ପାଇଁ ସେମାନଙ୍କୁ ଏତେ ସବୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିବା ବେଳେ ସରକାରୀ ସହାୟତା ନମିଳିବା କାରଣରୁ ମନୋଜ ଦୁଃଖ ପ୍ରକାଶ କରିଥିଲେ। କେବଳ ଭଗବାନଙ୍କ ଆଶୀର୍ବାଦ ସେ ଓ ତାଙ୍କର ପତ୍ନୀ ଓ ଶିଶୁ କନ୍ୟାଟି ଭଲରେ  ନିଜର ଜନ୍ମ ମାଟିକୁ  ଫେରିଛନ୍ତି। ସେଦିନ ରାତିରେ ବସ୍ ଭିତରେ ନିଜ ପତ୍ନୀଙ୍କର  ଗର୍ଭ ଯନ୍ତ୍ରଣା ଓ ରାସ୍ତା କଡରେ  ଶିଶୁ କନ୍ୟାର ଜନ୍ମ କାହାଣୀ କହି ଉଭୟ ପତି ପତ୍ନୀ ଆଖିରୁ ଲୁହ ଗଡାଇ ଦେଉଥିବା ବେଳେ ସବୁ ଭଗବାନଙ୍କର ଇଚ୍ଛା ବୋଲି କହିଥିଲେ  ସୁରଟ ଫେରନ୍ତା କୁବେରା ଗାଁର ମନୋଜ ବେହେରା।

ସମ୍ବନ୍ଧିତ ଖବର