ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରହିବାକୁ କାହିଁକି କୁହାଗଲା, ଜାଣନ୍ତୁ

ଭୁବନେଶ୍ୱର: ସଙ୍ଗରୋଧରେ ଗଲେ ଡାକ୍ତର ଓ ଆଟେଡାଣ୍ଟ । ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କ ସହ ୨ ସହକର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରହିବା ପାଇଁ ପଠାଯାଇଛି । ଜଣେ କରୋନା ଆକ୍ରାନ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିବାରୁ ଡାକ୍ତର ଓ ସହଯୋଗୀଙ୍କୁ କ୍ଵାରେଣ୍ଟିନରେ ପଠାଯାଇଛି । ଦୁର୍ଘଟଣାରେ ଆହତ ମହାରାଷ୍ଟ୍ରର ଡ୍ରାଇଭର ଜଣଙ୍କ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେବା ପରେ ତାଙ୍କ ଚିକିତ୍ସା କରାଯାଇଥିଲା । ଆଉ ପରେ ସେ ଡ୍ରାଇଭର ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଡ୍ରାଇଭରଙ୍କ ଚିକିତ୍ସା କରିଥିବା ଡାକ୍ତର ଓ ସହକର୍ମୀଙ୍କୁ କ୍ଵାରେଣ୍ଟିନରେ ପଠାଯାଇଛି ।

eSakal

ଏଠାରେ ସୂଚନା ଥାଉ କି ଏହି ୪୨ ବର୍ଷୀୟ ଡ୍ରାଇଭର ଜଣକ ମହାରାଷ୍ଟ୍ରରୁ ଟ୍ରକ ନେଇ ଓଡିଶା ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ | ଏହା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା | ତେବେ ମହାରାଷ୍ଟ୍ରରୁ ଆସିଥିବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା | ଆଉ ଡ୍ରାଇଭର ଜଣକ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ |

ଏହା ପରେ ଚିକିତ୍ସା କରିଥିବା ଡାକ୍ତରଙ୍କ ସଂସ୍ପର୍ଶରେ ଯେଭଳି ଆଉ କେହି ରୋଗୀ ନ ଆସିବେ ସେଥିପାଇଁ ୪ ଡାକ୍ତରଙ୍କ ସହ ୨ ସହକର୍ମୀଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରହିବା ପାଇଁ ପଠାଯାଇଛି | ଏଠାରେ ସୂଚନା ଥାଉ କି ବର୍ତ୍ତମାନ ରାଜ୍ୟରେ ୪୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୨୬ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର