ଆସ୍ଥା ହରାଉଛି ବିଏସଏନ୍ଏଲ୍, କମି ଚାଲିଛି ଗ୍ରାହକଙ୍କ ସଂଖ୍ୟା

ଜୟପୁର: ଦିନଥିଲା ଟେଲିଫୋନ, ଇଣ୍ଟରନେଟ୍ ଓ ପରେ ମୋବାଇଲ ନେଟୱାର୍କରେ ନମ୍ବର ୱାନ ଥିଲା ବିଏସଏନଏଲ୍। ‌ଗୁଣାତ୍ମକ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ସେବା ଯୋଗାଇବାରେ ବିଫଳ ହେବା ଏବଂ ଜିଓ, ଏୟାରଟେଲ ଭଳି ଘରୋଇ କମ୍ପାନି ବିଭିନ୍ନ ଅଫର ଧରି ଆସିବା ପରେ ଧିରେ ଧିରେ ଗ୍ରାହକଙ୍କ ଆସ୍ଥା ବିଏସଏନଏଲ୍ ଉପରୁ ଗ୍ରାହକଙ୍କୁ ତୁଟିବା‌ରେ ଲାଗିଛି। ଜିଓ ଓଏୟାରଟେଲ ୫ଜି ମୋବାଇଲ୍ ସେବା ଓ ୱାଇପାଇଁ, ଜିଓ ପାଇବର ସେବା ଯୋଗାଉଥିବା ବେଳେ ବିଏସଏନଏଲ୍ ଏ ଯାଏଁ ୪ଜିକୁ ଛୁଇଁ ପାରିନି। ପୂର୍ବରୁ ପ୍ରତ୍ୟେକ ଘରେ ରହିଥିବା ଟେଲିଫୋନ ଏବେ ଗାୟବ। ସୂଚନାଅନୁଯାୟୀ, ବିଏସଏନଏଲ୍ ଟେଲିଫୋନ ସେବା ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ,ବେସରକାରୀ କାର୍ଯ୍ୟାଳୟରେ ପୂର୍ବରୁ‌ ଟେଲିଫୋନ (ଲ୍ୟାଣ୍ଡ ଲାଇନ୍ ) ରହିଥିଲା। ଏହାର ବ୍ରଡବ୍ୟାଣ୍ଟ ଦ୍ବାରା ହିଁ ଲୋକେ ଇଣ୍ଟରନେଟ୍‌ ଦ୍ବାରା ବିଭିନ୍ନ କାମ କରି ଆସୁଥିଲେ। ଏହି ଲାଇନରେ ବିଭିନ୍ନ ସମୟରେ ଦେଖାଯାଉଥିବା ବିବିଦ ସମସ୍ୟା, ବ୍ରଡବ୍ୟାଣ୍ଟରେ ନେଟ୍‌ ନ ରହିବା ଫଳରେ ଧିରେ ଧିରେ ଲୋକେ ବିଏସଏନଏଲ୍ ଫୋନ ଓ ବ୍ରଡବ୍ୟାଣ୍ଟ ପ୍ରତି ମୁହଁ ମୋଡ଼ିବା ଆରମ୍ଭ କରିଥିଲେ। ଏହାରି ମଧ୍ୟରେ ବିଭିନ୍ନଘରୋଇ କମ୍ପାନି ଦୃତ ଗତିରେ ଇଣ୍ଟରନେଟ୍ ସେବା ଯୋଗାଇବା ସହ ଫୋନବି ତୁରନ୍ତ ଲାଗିବା ବ୍ୟବସ୍ଥା କରାଇଥିଲେ। ଜୟପୁର ଉପଖଣ୍ଡ ଓ ସହରରେ ୨୦ହଜାର ଗ୍ରାହକ ରହିଥିବା ବେଳେ ଧିରେ ଧିରେ ତାହା କମି କମି ଆସିଥିଲା। ସଂପ୍ରତି ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ୍ ଆଉ କେହି ବ୍ୟବହାର କରୁ ନାହାନ୍ତି। ଅପରପକ୍ଷରେ ବିଏସଏନଏଲ୍ ଆରମ୍ଭ କରିଥିବା ଜିଓ ପାଇବର ସେବା କିଛି ଲୋକେ ନେବା ଆରମ୍ଭ କରିଥିଲେ। ଏହି କ୍ରମରେ ସଂପ୍ରତି ଜୟପୁର ସହରରେ ୧୮୦୦ଜଣ ଗ୍ରାହକ ରହିଥିବା କହିଛନ୍ତି ଏସଡିଓ। ସେଭଳି ବିଏସଏନଏଲ୍ ର ମୋବାଇଲ ନେଟୱାର୍କ ଦିନ ଥିଲା ଉପଖଣ୍ଡରେ ୨ଲକ୍ଷ ଗ୍ରାହକ ରହିଥିଲେ।

ତେବେ ଜିଓ , ଏୟାରଟେଲ୍ ଆଦି ଆସିବା ପରେ ଧିରେ ଧିରେ ତାହା କ୍ରମାନ୍ବୟରେ କମି କମି ଆସିଛି। ସଂପ୍ରତି ଏକ ଲକ୍ଷ ଗ୍ରାହକ ଥାଇ ପାରନ୍ତି ବୋଲି କହିଛନ୍ତି ଏସଡିଓ। ଅପରପକ୍ଷରେ ବହୁ ସମୟରେ ବିଏସଏନଏଲ୍ ମୋବାଇଲ୍ ନେଟ୍ ରହୁନଥିବାରୁ ଲୋକେ ପ୍ରଥମ ପସନ୍ଦରୁ ଏହାକୁ ହଟାଇ ଘରୋଇ ମୋବାଇଲ୍ ନେଟ୍ କମ୍ପାନିକୁ ଦେଇଛନ୍ତି। ବହୁ ଗ୍ରାହକ ଫୋର୍ଟବେଲିଟି କରାଇ ବିଭିନ୍ନ ଘରୋଇକଂପାନୀ ମୁହାଁ ହୋଇଛନ୍ତି। ଏପର୍ଯ୍ୟନ୍ତ ୪ଜି ସେବା ଯୋଗାଇ ପାରିନଥିବା ବେଳେ ଜିଓ ଓଏୟା‌ରଟେଲ୍ ୫ଜିରେ ପହଚିଂଗଲାଣି। ଜୟପୁର ସହରରେ ୧୧ଟି ଟାୱାର ଯୋଗେ ସେବା ଯୋଗାଯାଉଥିବା କହିଛନ୍ତି ବିଏସଏନଏଲ୍ ଏସଡିଓ। କେନ୍ଦ୍ର ସରକାର ମେକ୍ ଇନ୍ ଇଣ୍ଡିଆର ନାରା ଅନୁଯାୟୀ ଭାରତରେ ଉତ୍ପାଦିତ ବୈଷୟିକ ଯନ୍ତ୍ରାଂଶ ଲଗାଇବ।ତେଣୁ ବିଳମ୍ବ ହେଉଛି। ତା ବାଦେ ପଂଜାବରେ ଟାଟା ଓ ତେଜେସ୍ ୪ଜି ଟାୱାର ଲଗାଇ ସାରିଲାଣି। ଅଳ୍ପ ଦିନରେ ଓଡିଶାରେ ବି କିଛି ବଛା ବଛା ସ୍ଥାନରେ ଏହି ୪ଜି ସେବା ଉପଲବ୍ଧ ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ଏସଡିଓ। ତେବେ ଏହି ସେବା ବିଏସଏନଏଲ୍ ଉପଲବ୍ଧ କରାଇବା ବେଳେ ଘରୋଇ କମ୍ପାନି ମା‌ନେ ନୂତନ ଓଅତ୍ୟାଧୁନିକ ଞାନ କୌଶଳରେ ସେବା ଯୋଗାଇ ସମସ୍ତ ଗ୍ରାହକଙ୍କୁ ଟାଣି ନେଇଥିବେ ବୋଲିବହୁ ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର