ଚାରିଶମ୍ଭୁ ପୀଠରୁ ବାବା ପଶ୍ଚିମେଶ୍ୱର ଚୈତ୍ର ଦଣ୍ଡଯାତ୍ରା ଉଦ୍‌ଯାପିତ, ଠାକୁରଙ୍କ ମନ୍ଦିର ପ୍ରବେଶ 

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ (ଚାରିଶମ୍ଭୁ)ପୀଠରୁ ଗତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚୈତ୍ର ଦଣ୍ଡଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ସିଦ୍ଧେଶ୍ୱର, ଯାଗେଶ୍ୱର, ପଶ୍ଚିମ ସୋମନାଥ, କପିଳେଶ୍ୱର, ଭଦ୍ରକାଳୀ, ଶ୍ୟାମାକାଳୀଙ୍କ ସହ ବିଭିନ୍ନ ଦେବା ଦେବୀଙ୍କୁ ଠାରେ ରିତିନୀତି ପୂଜାକାନ୍ତି ହେଲା ପରେ ଏହି ଦଣ୍ଡ ଉଠି ୨୧ ଦିନ ବିଭିନ୍ନ ଗ୍ରାମ ପରିକ୍ରମା ରବିବାର ଠାକୁର ମନ୍ଦିର ପ୍ରବେଶ କରିଥିଲା। ରବିନା ଖେତିଙ୍କ ତତ୍ତ୍ବାବଧାନରେ ଉଠିଥିବା ଏହି ଦଣ୍ଡରେ ମୁଖ୍ୟ ପାଟଭୁକୁତା ଭାବେ ପରଖିତ ସ୍ୱାଇଁ, ବିନାକାର ଭାବେ ଶିଶିର କଳତା, ମୁନା ବେହେରା, ସନ୍ତୋଷ ବେହେରା, ଜଳନ୍ଧର ପ୍ରଧାନଙ୍କ ସହ ତେର ଭୁକୁତା, ଗୁହରିଆମାନେ ସାମିଲ ହୋଇ ଠାକୁରଙ୍କୁ ବିଭିନ୍ନ ଗ୍ରାମ ପରିକ୍ରମା କରି ଥିଲେ।

ଚାରିଶମ୍ଭୁ ପୀଠରୁ ବାହାରିଥିବା ନୂଆଦଣ୍ଡ ପାର୍ଟି ଓ ପୁରୁଣା ଦଣ୍ଡ ପାର୍ଟି ଚତୁର୍ଭୁଜ ଖମାରୀଙ୍କ ତତ୍ତ୍ବାବଧାନରେ ପଶ୍ଚିମ ସୋମନାଥ ମନ୍ଦିରରୁ ଦଣ୍ଡ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଏଥିରେ ପୂଜକ ସୁଶୀଲ ପାଣିଗ୍ରାହୀ, ସୁବାସ ଖମାରୀ ପୂଜାକାର୍ଯ୍ୟ ତୁଲାଇଥିବା ଜଣାପଡ଼ିଛି। ଦୀର୍ଘ ୨୧ ଦିନ ବ୍ୟାପୀ ଏହି ଯାତ୍ରା ହେଉ ଥିବା ବେଳେ ପଣାସଂକ୍ରାନ୍ତି ଦିନ ଠାକୁର ମାନେ ମେରୁ ଯାତ୍ରା କରି ଉଦଯାପିତ ହୋଇଯାଇଛି। ସକାଳେ ଠାକୁର ମନ୍ଦିରକୁ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ବଂଦନା ଘେନା କରିଥିଲେ। ଏହାପରେ ମନ୍ଦିରରେ ପାଣି ଦଣ୍ଡ, ଧୂଳି ଦଣ୍ଡ, କାମନା ଦଣ୍ଡ, ଅଗ୍ନି ଦଣ୍ଡ କରାଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶହ ଶହ ଭକ୍ତ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେହିପରି ଚଣ୍ଡିଗଡ଼, ଚଣ୍ଡିତଲ, ଦାମଦରପୁର, କମିରା, କୃଷ୍ଣପାଳି, ଗୋଛାପଡା, ଗମ୍ଭାରୀପଦର, ପଦ୍ମନପୁର ଗ୍ରାମରେ ଥିବା ଶୈବ ପୀଠ ଗୁଡିକରେ ମଧ୍ୟ ଉଠିଥିବା ଦଣ୍ଡ ଯାତ୍ରା ଉଦଯାପିତ ହୋଇ ଯାଇଛି।

ସମ୍ବନ୍ଧିତ ଖବର