୬ ଘର ଭାଙ୍ଗିଲା ଦନ୍ତା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜରେ ଏକ ଗୋଠଛଡ଼ା ଦନ୍ତା ଉତ୍ପାତ ଜାରି ରଖିଛନ୍ତି। ସୋମବାର ରାତିରେ ଦନ୍ତାଟି ୬ଜଣଙ୍କ ଘର ଭାଙ୍ଗି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ଆଉ ୬ଜଣଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ବେଗେନା ଗ୍ରାମର ଆର୍ତ୍ତତ୍ରାଣ ସେଠୀଙ୍କ ଘର ଭାଙ୍ଗି ଥିବାବେଳେ ନରହରି ସେଠୀଙ୍କ ପାଚେରି ଭାଙ୍ଗି ଦେଇଛି। ସିଲିପଦା ଗ୍ରାମର ଗୁଣନିଧି ମହାନ୍ତ, ମାଳତୀ ମହାନ୍ତ, ବଲାଣିପଶି ଗ୍ରାମର ଦମୟନ୍ତୀ ମହାନ୍ତ ଓ ଖୁଣ୍ଟାପଡ଼ା ଗ୍ରାମର ଗମ୍ଭା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି। ବହୁ ଲୋକଙ୍କ ଧାନଚାଉଳ ଖାଇଦେଇଛି।

ହାତୀଟି ରାତିସାରା ଉତ୍ପାତ କରିବା ପରେ ଭୋରରୁ କରଞ୍ଜିଆ ରେଞ୍ଜକୁ ଚାଲିଯାଇଥିବା ବନପାଳ ଭୂପତି ସେଠୀ  ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ସୋମବାର ରାତିରେ ଦନ୍ତାହାତୀଟି ରାମଚନ୍ଦ୍ରପୁର ଗ୍ରାମରେ ପଶି ସୁମୀ ମୁଣ୍ଡା, ଗୋବରାବେଡ଼ା ଗ୍ରାମର ଦିବାକର ମହାନ୍ତ, ବଡ଼ଧନୁର୍ଜୟପୁର ଗ୍ରାମର ବିରାମ ମାଝୀ, ବୃନ୍ଦାବନପୁର ଗ୍ରାମର ଟଙ୍କଧର ମହାନ୍ତ, ମାଧପୁର ଗ୍ରାମର ଦାଶରଥି ମୁଣ୍ଡା, ସୁହାଗ ନାୟକଙ୍କ ଘର ଭାଙ୍ଗିଥିଲା। ହାତୀ ଉପଦ୍ରବ ଯୋଗୁଁ ସ୍ଥ‌ାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର