ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା, ସ୍ବାମୀ ଗିରଫ

ନୂଆଗାଁ: ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଲିମଡ଼ା ପଞ୍ଚାୟତ ଚୁଆବାହାଲ ଗଡ଼ିଆ ବସ୍ତିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ରାଜକୁମାର କିରୋ(୨୮) ନିଜ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ଗାଁରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ହାତୀବାରି ଥାନା ଅଧିକାରୀ ହୃଷୀକେଶ ବେହେରା ସାଇଣ୍ଟିଫିକ୍‌ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ହାତୀବାରି ଥାନାରେ ଏକ ହତ୍ୟା ମାମଲା ରୁଜୁ ‌ହୋଇଛି। ପୁଲିସ ଅଭିଯୁକ୍ତ ରାଜକୁମାରଙ୍କୁ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ମୁତାବକ ଚୁଆଁବାହାଲ ଖଡ଼ିଆ ବସ୍ତିର ମୁଳବାସିନ୍ଦା ରାଜକୁମାର ଗତ ୪ ବର୍ଷ ପୂର୍ବେ ରାଜଗାଙ୍ଗପୁର ଅଞ୍ଚଳରୁ ଶିବାନୀ କେର୍କେଟା(୨୭)ଙ୍କୁ ବିବାହ କରିଥିଲେ। ହସଖୁସିର ସଂସାର ଭିତରେ ତାଙ୍କର ୨ ବର୍ଷର ଝିଅଟିଏ ମଧ୍ୟ ଅଛି। ହେଲେ ଗୁରୁବାର ରାତିରେ‌ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା। ଏଥିରେ ଉତକ୍ଷୀପ୍ତ ‌ହୋଇ ରାଜକୁମାର ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଶୁକ୍ରବାର ଏନଇେ ଶିବାନୀଙ୍କ ବାପଘର ଲୋକେ ହାତୀବାରି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର