ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ୨୮୩ତମ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ବ୍ରିଟିଶ ବିରୋଧୀ ପାଇକ ସଂଗ୍ରାମର ଅଗ୍ରଜ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ୨୮୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ନ୍ୟୁ ଥିଂକିଂ ଫୋରମ୍ ପକ୍ଷରୁ ସ୍ଥାନୀୟ ପଂଚ ପାଇକ ଛକ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୋରମ୍ର ଅଧ୍ୟକ୍ଷ ନରେନ୍ଦ୍ର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜୟୀ ରାଜଗୁରୁଙ୍କ ବି୍ରଟିଶ୍ ବିରୋଧରେ ଯୁଦ୍ଧର ସୂତ୍ରପାତ ଓ ବଳିଦାନର ସ୍ମୃତିଚାରଣ କରି କହିଥିଲେ ଯେ ଏଭଳି ଏକ ଦୁର୍ଦ୍ଧର୍ଷ ସଂଗ୍ରାମୀଙ୍କୁ ଶେଷରେ ବ୍ରିଟିଶ୍ ସେନା କପଟ କରି ଧରିବା ପରେ ସୁଦୂର ମେଦିନୀପୁର ଠାରେ ତାଙ୍କୁ ବରଗଛରେ ବାନ୍ଧି ଦୁଇଫାଳ କରି ହତ୍ୟା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଐତିହାସିକ ଡ ନାରାୟଣ ରାଓ, ଫୋରମ୍ର ସଂପାଦକ ସଂଜୟ ପଟ୍ଟନାୟକ, ବରିଷ୍ଠ ନାଗରିକ ମଂଚର ସଂପାଦକ ରାମଶଙ୍କର, ଶିକ୍ଷାବିତ୍ ବୈକୁଣ୍ଠନାଥ ରାଜଗୁରୁ, ରଜନୀକାନ୍ତ ଦାଶ, ଗୋପାଳ ଦାସ, ଆଇନିଜୀବୀ ମନ୍ମଥ ମିଶ୍ର, ବିକ୍ରମ ଚମ୍ପତି, ବସନ୍ତ ଦାସ, ବିଚିତ୍ର ବଡ଼ଜେନା, ଲିଲେନ୍ ଶାହା, ବିମଳ ଷଢ଼ଙ୍ଗୀ,  ସୁବାସ ସାମନ୍ତରାୟ, ସତ୍ୟବ୍ରତ ମହାନ୍ତି, କେଫାତୁଲ୍ଲା ଖାଁ, ବୀରବର ସଂଗ୍ରାମ ସିଂ, ସତ୍ୟ ନାରାୟଣ ରାମ, ପ୍ରଫୁଲ ସେଠୀ, ଶମ୍ଭୁ ପଟ୍ଟନାୟକ, ଇତିଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗ ପାଇକ ସଂଗଠନର ସଂଯୋଜକ ଧରଣୀ ଛୋଟରାୟ ଧନ୍ୟବାଦ ଦେଇଥିଲେ ।

ଅପରାହ୍ଣରେ ସ୍ଥାନୀୟ ଗୀତା ଭବନ ଠାରେ ଖୋର୍ଦ୍ଧା ଜୟୀ ରାଜଗୁରୁ ସ୍ମୃତି ସଂସଦ ପକ୍ଷରୁ ଡ ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇନଜୀବୀ ଡ ବୃନ୍ଦାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଫେସର ଗୋପାଳକୃଷ୍ଣ ଦାସ, ମୁଖ୍ୟବକ୍ତା ସାମ୍ବାଦିକ ସୁଜିତ କୁମାର ମିଶ୍ର, ସମ୍ମାନିତ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଡ ଚପଳା ପଣ୍ଡା ଓ ଶକ୍ତିଶଙ୍କର ମିଶ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଦାସ ପାଣିଗ୍ରାହୀ, ପଦ୍ମଲୋଚନ ସାହୁ, କାହ୍ନା ଚାଉଳିଆ ଓ ବିଘ୍ନରାଜ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର