ବିଦ୍ୟୁତ ଚାଲିଯିବାରୁ ବନ୍ଦ ହୋଇଗଲା ବିଦ୍ୟୁତ ଚାଳିତ ଅକ୍ସିଜେନ, ରୋଗୀର ମୃତ୍ୟୁ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର କାମଵାଡା ଗ୍ରାମର ରାମା ମାଡକାମୀ (୪୦) ନାମକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଡାକ୍ତରଖାନା ପକ୍ଷରୁ ଉତ୍ତମ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇଥିଲା। ନିଃଶ୍ବାସ ନେବାର କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ବିଦ୍ୟାତ ଚାଳିତ ଅକ୍ସିଜେନ ପ୍ରଦାନ କରାଯାଇଥିଲା। ତେବେ ଆଜି ହଠାତ୍ ବିଦ୍ୟୁତ ଚାଲିଯିବା ପରେ ଅକ୍ସିଜେନ ମିଳିବା ବନ୍ଦ ହୋଇଯାଇଥିଲା। ଯାହାଫଳରେ ରାମା ଛଟପଟ ହୋଇଥିଲେ। ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏନେଇ ବାରମ୍ବାର ଅନୁରୋଧ କଲେ ମଧ୍ୟ କେହି ଆସିନଥିଲେ କିମ୍ବା ଅନ୍ୟ ବ୍ୟବସ୍ଥା କରିନଥିଲେ। ଯାହାଫଳରେ ରାମାର ମୃତ୍ୟୁ ହୋଇଯାଇଥିଲା।

ତେବେ ରୋଗୀର ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲି ମନଭାବ ଯୋଗୁଁ ବହୁ ରୋଗୀ ପ୍ରତିଦିନ ଅସୁବିଧାରେ ପଡୁଥିବା ଚିକିତ୍ସିତ ରୋଗୀମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଏଡିଏମଓ ଡଃ. ସୁନୀଲ ମିଶ୍ରଙ୍କୁ ପଚାରିବାରୁ ସେ ଆମ ନିକଟରେ ପ୍ରଚୁର ଅକ୍ସିଜେନ ରହିଛି। ଅକ୍ସିଜେନ ଦେବାରେ କୌଣସି ଆପତ୍ତି ନାହିଁ ବୋଲି କହିଥିଲେ। କିନ୍ତୁ ଏହି ଅଭିଯୋଗ ଶୁଣିବା ପରେ ଲିଖିତ ଅଭିଯୋଗ ପାଇଲେ ତଦନ୍ତ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର