ରାଇରଙ୍ଗପୁର ପୌରପରିଷଦର ୭ ଓ ୮ ନଂ ୱାର୍ଡରେ ରାଇସେନଙ୍କ ପ୍ରଚାର୍ ଜରଦାର୍

ରାଇରଙ୍ଗପୁର: ବିଜେଡି ସରକାରଙ୍କ ବିକାଶର ବାର୍ତା ନେଇ ରାଇରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ୍ ମୁର୍ମୁଙ୍କ ରାଇରଙ୍ଗପୁର ପୌରପରିଷଦର ୭ ଓ ୮ ନଂ ୱାର୍ଡରେ ମାରାଥନ୍ ପ୍ରଚାର କରିଛନ୍ତି। ନିର୍ବାଚନରେ ଜିତିଲେ ଆସନ୍ତା ଜୁଲାଇ ମାସଠାରୁ ମାଗଣାରେ ୧୦୦ ୟୁନିଟ୍‌ ବିଜୁଳି ସହିତ ସମସ୍ତଙ୍କ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାରେ ସାମିଲ କରିବା ସହିତ ମିସନ ଶକ୍ତି ଯୋଜନାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳାଙ୍କୁ ଋଣ, ୫ ବର୍ଷରେ ୨ ଲକ୍ଷ ସରକାରୀ ନିଯୁକ୍ତି ପ୍ରଦାନ, ଯୁବକ ଯୁବତୀମାନଙ୍କ ପାଇଁ ବଜେଟରେ ଶହେ କୋଟିର ବ୍ୟୟବରାଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ନେଇ ପ୍ରଚାର ସମୟରେ ଭୋଟରଙ୍କୁ ଅବଗତ କରାଉଛନ୍ତି। ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶଂଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ମୁର୍ମୁ ୱାର୍ଡ ବାସିନ୍ଦାଙ୍କୁ ଅନୁରୋଧ କରିଥିଲେ।

ପ୍ରଚାରରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଉପଦେଷ୍ଟା ଦିପ୍ତିମାନ ବଳ, ରାଇରଙ୍ଗପୁର ପୌରପରିଷଦର ଉପାଧକ୍ଷା ମମିତା ଚୌଧରୀ, କାଉନସିଲର ପୂର୍ଣିମା ମହାନ୍ତ, ଧିରା ବେଶ୍ରା, ବିକାଶ ମହାନ୍ତ, ନଗର ସଭାପତି ଗୌରୀ ଶଙ୍କର ଦତ୍ତ, ପଙ୍କଜ ଦାସ, ଆରତୀ ମାରାଣ୍ଡି, ଶଙ୍କର ଦତ୍ତ, ଶାଶ୍ୱତ ବଳ, ସୌମିକ ଦାସ କାନୁନଗୋ, ସତ୍ୟଜିତ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଥିଲେ ।

ସମ୍ବନ୍ଧିତ ଖବର