ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ବଡ଼ବିଲ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଡ଼ବିଲ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସାଧୁସିଂହଟିଂ ଅଞ୍ଚଳର ରାହୁଲ ବାରିକ (୨୧) ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଦୁଇମାସ ହେଲା ଶାରୀରିକ ସମ୍ପର୍କ ରଖିଆସୁଥିଲା। ଗତକାଲି ନାବାଳିକାଙ୍କ ପରିବାର ଲୋକେ ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କେସ୍‌ ନମ୍ବର ୧୩୬/୨୩, ଦଫା ୩୭୬(୩), ୩୬୩ ଆଇପିସି, ୬ ପୋକ୍‌ସୋ ଆକ୍ଟ ଓ ୩୧ ଏସ୍‌ଟିଏସ୍‌ସି ଆକ୍ଟରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର