୫୩ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ୍

ସମ୍ବଲପୁର: ସମ୍ବଲପୁର- ଦେବଗଡ଼ ଜିଲ୍ଲାକୁ ସଂଯୋଗ କରୁଥିବା  ୫୩ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ି ରାସ୍ତା ଜାମ ହୋଇଥିବାର ଖବର ମିଳିଛି। ପ୍ରବଳ ବର୍ଷାରେ ଚେପଟାଆମ୍ବ ଗାଁ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପଡ଼ି ରାସ୍ତା ଜାମ୍ ହୋଇଛି। ଜମନକିରା ଥାନା ଠାରୁ ଚେପଟାଆମ୍ବର ଦୂରତା ପ୍ରାୟ ୧୨ କିମି। ଉଭୟ ପାର୍ଶ୍ବରେ ୨ ଘଣ୍ଟା କାଳ ଶତାଧିକ ମାଲବାହୀ ଟ୍ରକ୍ ଗାଡ଼ି ଅଟକି ରହିଛି।

ଜମନକିରା ଓଡ୍ରାଫ୍ ଟିମ୍ ପହଞ୍ଚି ଗଛ ଡ଼ାଳ ଶାଖା ପ୍ରଶାଖା କାଟିବା ପରେ ଏବେ ସ୍ଵାଭାବିକ ଭାବେ ଗାଡ଼ି ଚଳାଚଳ କରୁଛି। ଗାଁ ପାଖ ଲୋକେ କାଟିବାରେ ସାହାଯ୍ୟ କରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର