ସତ୍ୟ ନାରାୟଣ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ସଫଳତା

ମାଲକାନଗିରି: ମାଲକାନଗିରିସ୍ଥିତ ସତ୍ୟନାରାୟଣ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅପୂର୍ବ ସଫଳତା ହାସଲ କରିଛନ୍ତି। ଚଳିତ ଯୁକ୍ତ ୨ ପରୀକ୍ଷାରେ ୧୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧୧ ଜଣ ଛାତ୍ରଛାତ୍ରୀ ଅର୍ଥାତ ୯୯.୧୦ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ କାମରାଜୁ ପାଙ୍ଗି ୮୪ ପ୍ରତିଶତ ଅର୍ଥାତ ୫୦୨ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। କାମରାଜୁ ସ୍ବାଭିମାନ ଅଂଚଳର ପଣସପୁଟ ଗ୍ରାମର ଜଣେ ଆଦିବାସୀ ଛାତ୍ର।

ସେହିପରି ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ମାର୍କ ରଖିଛନ୍ତି ୬ ଜଣ ଛାତ୍ରଛାତ୍ରୀ। ସେମାନେ ହେଲେ କାମରାଜୁ ପାଙ୍ଗି, ହିରୁ ମଣ୍ଡଳ, ହ୍ରିତିକା ସାହୁ, ପିଙ୍କୁ ମଣ୍ଡଳ, ଚିତ୍ରପ୍ରଜ୍ଞା ଏବଂ ଚୟନ ରାୟ।ଏହି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାରେ ୬୮ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୩୧ ଜଣ ଦ୍ବିତୀୟ ଏବଂ ୧୨ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଜିଲ୍ଲାର କାଲିମେଳା ଠାରେ ରହିଥିବା ସତ୍ୟନାରାୟଣ ରେସିଡେଣ୍ଟାଲ କଲେଜରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। ଏହି ମହାବିଦ୍ୟାଳୟରେ ୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶହେ ପ୍ରତିଶତ ପିଲା ପାସ କରିଛନ୍ତି। ଏହି ମହାବିଦ୍ୟାଳୟରେ ୪୯୫ ମାର୍କ ରଖି ମିହିର ଢାଲି ଟପର ହୋଇଛନ୍ତି। ମିହିର ଜଣେ ହିଁ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି। ତିନି ଜଣ ପ୍ରଥମ ସ୍ଥାନରେ ପାସ ହୋଇଥିବା ବେଳେ ୧୯ ଜଣ ଦ୍ବିତୀୟ ଏବଂ ୧୧ ଜଣ ତୃତୀୟ ସ୍ଥାନରେ ରହିଛନ୍ତି। ଦୁଇଟି ମହାବିଦ୍ୟାଳୟର ଶତପ୍ରତିଶତ ସଫଳତାରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର