ଦର୍ପଣ: ଅପରାଧ ସୂଚକାଙ୍କର ୭୭ତମ ସ୍ଥାନରେ ଭାରତ

‘ଵର୍ଲଡ୍‌ ଅଫ୍‌ ଷ୍ଟାଟିଷ୍ଟିକ୍‌ସ’ ନାମକ ପରିସଂଖ୍ୟାନ ଗବେଷଣା ସଂସ୍ଥା ପୃଥିବୀର ସବୁଠାରୁ ଅପରାଧପ୍ରବଣ ଦେଶମାନଙ୍କର ସୂଚକାଙ୍କ ପ୍ରକାଶ କରିଛି। ଏହା ଅନୁଯାୟୀ ୮୩.୭୬ ଅପରାଧ ହାର ସହିତ ଭେନିଜୁଏଲା ପୃଥିବୀର ସର୍ବାଧିକ ଅପରାଧପ୍ରବଣ ଦେଶର ମାନ୍ୟତା ପାଇଛି। ଏହା ପଛକୁ ପାପୁଆ ନ୍ୟୁ ଗିନି (୮୦.୭୯) ଓ ଦକ୍ଷିଣ ଆଫ୍ରିକା (୭୬.୮୬) ହେଉଛନ୍ତି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସର୍ବାଧିକ ଅପରାଧପ୍ରବଣ ଦେଶ। ଆଫଗାନିସ୍ତାନ, ହଣ୍ଡୁରାସ, ତ୍ରିନିଦାଦ, ଗୁଏନା, ସିରିୟା, ସୋମାଲିଆ ଓ ଜାମାଇକା ଯଥାକ୍ରମେ ଚତୁର୍ଥରୁ ଦଶମ ସର୍ବାଧିକ ଅପରାଧ ଘଟୁଥିବା ଦେଶ ଭାବେ ଉଭା ହୋଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁନାଇଟେଡ୍‌ କିଙ୍ଗଡମ୍ ଭଳି ରାଷ୍ଟ୍ରଙ୍କ ଠାରୁ ଊର୍ଦ୍ଧ୍ବରେ ରହି ଭାରତ ଏହି ତାଲିକାରେ ୭୭ତମ ସ୍ଥାନ ଅଧିକାର କରିଛି। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ୫୫ତମ ସ୍ଥାନ ଓ ୟୁନାଇଟେଡ୍‌ କିଙ୍ଗଡମ୍‌ ୬୫ତମ ସ୍ଥାନରେ ଅଛନ୍ତି। ସବୁଠାରୁ କମ୍ ଅପରାଧ ହେଉଥିବା ପ୍ରମୁଖ ଦେଶ ହେଉଛନ୍ତି ତୁର୍କୀ (୯୨ତମ), ଜର୍ମାନୀ (୧୦୦ତମ) ଓ ଜାପାନ (୧୩୫)।

ଅପରାଧ ହାର ହେଉଛି ପ୍ରତି ଏକ ଲକ୍ଷ ନାଗରିକଙ୍କ ପିଛା ହେଉଥିବା ଅପରାଧ ସଂଖ୍ୟା। ତେଣୁ ଗୋଟିଏ ଦେଶର ଅପରାଧ ହାର ନିରୂପଣ କରିବା ଲାଗି ସେହି ଦେଶରେ ହୋଇଥିବା ସମୁଦାୟ ଅପରାଧ ସଂଖ୍ୟାକୁ ଜନସଂଖ୍ୟା ଦ୍ବାରା ଭାଗ କରି ତାହାକୁ ଏକ ଲକ୍ଷ ସହ ଗୁଣନ କରାଯାଇଥାଏ। ଦୁର୍ନୀତି, ଡ୍ରଗ୍ ଚାଲାଣ, ଅପହରଣ, ହତ୍ୟା ସମେତ ଚୋରି ଓ ଆକ୍ରମଣକୁ ମଧ୍ୟ ଏହି ସୂଚକାଙ୍କ ପ୍ରସ୍ତୁତି ସମୟରେ ହିସାବକୁ ନିଆଯାଇଥାଏ।

ସମ୍ବନ୍ଧିତ ଖବର