ଅଯୋଧ୍ୟା ପରେ ଏବେ ଅଲିବାଗରେ ଏତେ କୋଟିର ଜମି କିଣିଲେ ବିଗ ବି

ମୁମ୍ବାଇ: ପୁଣି ଜମି କିଣିଲେ ବଲିଉଡର ବିଗ ବି ଅମିତାଭ ବଚ୍ଚନ | ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାରେ ଜମି କିଣିଥିଲେ ବିଗ ବି। ବର୍ତ୍ତମାନ ବିଗ୍ ବି ଅଲିବାଗରେ ୧୦କୋଟି ଟଙ୍କା ମୂଲ୍ୟର ଜମି କିଣିଛନ୍ତି। ଖବର ଅନୁଯାୟୀ, ଦ ହାଉସ ଅଫ ଅଭିନନ୍ଦନ ଲୋଡାଠାରୁ ସେ ୧୦,୦୦୦ ବର୍ଗଫୁଟର ଜମି କିଣିଛନ୍ତି । ତେବେ ଏହି ଖବର ଉପରେ ଅଭିନେତା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।ଅମିତାଭ ବଚ୍ଚନଙ୍କ ପୂର୍ବରୁ ଶାହାରୁଖ ଖାନ, ଦୀପିକା ପାଦୁକୋନ-ରଣବୀର ସିଂ ଏବଂ ଅନୁଷ୍କା ଶର୍ମାଙ୍କ ଭଳି ତାରକା ମଧ୍ୟ ଅଲିବାଗରେ ସମ୍ପତ୍ତି କିଣିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅଲିବାଗ ପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଅମିତାଭ ବଚ୍ଚନ ଅଯୋଧ୍ୟାରେ ୧୪.୫କୋଟି ଟଙ୍କାର ଜମି କିଣିଥିଲେ। ଅଯୋଧ୍ୟାରେ ମଧ୍ୟ ବିଗ ବି ୧୦,୦୦୦ ବର୍ଗଫୁଟରୁ ଅଧିକ ଜମି କିଣିଥିବା ନେଇ ସୂଚନା ମିଳିଥିଲା । ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପୂର୍ବରୁ ବିଗ ବି ଜମି କିଣିଥିଲେ |

ଅମିତାଭଙ୍କର ମୁମ୍ବାଇରେ ମଧ୍ୟ ଅନେକ ସମ୍ପତ୍ତି ଅଛି | ଅଭିନେତା ମୁମ୍ବାଇରେ ଜଲସା ନାମକ ଏକ ଡୁପ୍ଲେକ୍ସରେ ରୁହନ୍ତି | ଏହି ଘର ୧୦ହଜାର ୧୨୫ବର୍ଗଫୁଟରେ ନିର୍ମାଣ କରାଯାଇଛି | ଜଲସାକୁ ଲାଗି ତାଙ୍କର ଆଉ ଏକ ୮୦୦୦ବର୍ଗଫୁଟର ସମ୍ପତ୍ତି ରହିଛି |

ସମ୍ବନ୍ଧିତ ଖବର