ପ୍ରେମିକା ଓ ତାଙ୍କ ମଧ୍ୟରେ ଥିବା ୨୧ ବର୍ଷ ବ୍ୟବଧାନର ଗୁମର ଖୋଲିଲେ ଅରବାଜ

ସାକ୍ଷାତକାର ସମୟରେ ଅଭିନେତାମାନେ ତାଙ୍କ ବ୍ୟକ୍ତିଗତ ଜୀବନର ଗୁମର କ୍ୱଚିତ୍ ଖୋଲିଥାନ୍ତି। ସିଦ୍ଧାର୍ଥ କନ୍ନନଙ୍କ ସହ କଥାବାର୍ତ୍ତା ସମୟରେ ଅରବାଜ ଖାନ ତାଙ୍କ ପ୍ରେମିକା ଜର୍ଜିଆ ଆଣ୍ଡ୍ରିଆନିଙ୍କ ମଧ୍ୟରେ ଥିବା ବିରାଟ ବୟସ ବ୍ୟବଧାନର ଗୁମର ଖୋଲିଛନ୍ତି। ବଲିଉଡ ଅଭିନେତା ଅରବାଜ ଖାନ ଜଣେ ନୁହେଁ ଦୁଇଜଣ ସୁନ୍ଦରୀ ମହିଳାଙ୍କ ସହ ରହିବାର ସୌଭାଗ୍ୟ ପାଇଛନ୍ତି। ତାଙ୍କର ପୂର୍ବତନ ପତ୍ନୀ ମଲାଇକା ଆରୋରାଙ୍କଠାରୁ ସେ ୨୦୧୮ରେ ଛାଡ଼ପତ୍ର ନେଇ ସେମାନଙ୍କ ୧୮ ବର୍ଷର ସମ୍ପର୍କକୁ ଆନୁଷ୍ଠାନିକ ଭାବରେ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନର ‌ପ୍ରେମିକା ଜର୍ଜିଆ ଆଣ୍ଡ୍ରିଆନି। ଅଭିନେତା ଅରବାଜ ଖାନ (୫୫) ଓ ପ୍ରେମିକା ଜର୍ଜିଆଙ୍କ ମଧ୍ୟରେ ୨୧ ବର୍ଷର ବ୍ୟବଧାନ।

ବୟସ ବ୍ୟବଧାନ ସେମାନଙ୍କୁ କିପରି ହଇରାଣ କରି ନାହିଁ ସେ ବିଷୟରେ ଦବଙ୍ଗ ଅଭିନେତା ଅରବାଜ କହିଛନ୍ତି ଯେ ସେମାନେ ଜୀବନର ଏମିତି ଏକ ପର୍ଯ୍ୟାୟରେ ଅଛନ୍ତି ଯେଉଁଠାରେ ସେମାନେ ନିଜ ସମ୍ପର୍କକୁ ଗୋଟିଏ ପାଦ ଆଗକୁ ନେବାକୁ ଚିନ୍ତା କରନ୍ତି। ଅବଶ୍ୟ ବେଳେବେଳେ ଜର୍ଜିଆଙ୍କୁ ପଚାରେ, ‘ସତରେ?’ ତାଙ୍କ ୩୩ ବର୍ଷୀୟା ପ୍ରେମିକା ଅତ୍ୟଧିକ ଉତ୍ସାହିତ ଏବଂ ସେ ତାଙ୍କୁ ସକରାତ୍ମକ ଖୋରାକ ଦିଅନ୍ତି। ସେ ଜଣେ ଚମତ୍କାର ଝିଅ ଏବଂ ଆମେ ଉତ୍ତମ ବନ୍ଧୁ ବୋଲି ଅରବାଜ କହିଛନ୍ତି। ୱାର୍କ ଫ୍ରଣ୍ଟରେ ଅରବାଜ ଖାନ ସୁଧୀର ମିଶ୍ରଙ୍କ ତାନାଭଙ୍କ ସହ ତାଙ୍କର ଓଟିଟି ଡେବ୍ୟୁ କରିଥିଲେ। ନଭେମ୍ବର ୧୧ରୁ ୱେବ୍ ସିରିଜ୍ ସୋନିରେ ଷ୍ଟ୍ରିମିଂ କରୁଛି। ଏହି ଶୋ’ରେ ରଜତ କପୁର, ସତ୍ୟଦୀପ ମିଶ୍ର, ଶଶାଙ୍କ ଆରୋରା, ସୁମିତ କୌଲ୍ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର