ପୁଅ ବିବାହରେ ଖୁସି ନଥିବା ଚର୍ଚ୍ଚା ହେବାରୁ ମା’ଙ୍କର ହସିବା ଫଟୋ ସେୟାର କଲେ କରଣ ଦେଓଲ

ନୂଆଦିଲ୍ଲୀ: କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ତାଙ୍କର ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ସେ ସମୟର ଅନେକ ଫଟୋ ଭାଇରାଲ ହୋଇଥିବା ବେଳେ  ଫଟୋରେ ଦେଓଲ ପରିବାରର ବୋହୂମାନଙ୍କର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା, କିନ୍ତୁ ତାଙ୍କ ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସନ୍ନି ଦେଓଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।

ଭାଇରାଲ ହେଉଥିବା ଫଟୋରେ, ପୂଜା ଦେଓଲ୍ କୌଣସି ସ୍ଥାନରେ ହସୁଥିବା ଦେଖାଯାଇ ନଥିଲା। ତାଙ୍କ ମୁହଁରେ ଦୁଃଖ ଥିବ‌ା ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଏହି ଫଟୋ ଦେଖି ପୁଅ କରଣର ବିବାହରେ ମା’ ଖୁସିନଥିବା କହିବା ଆରମ୍ଭ କରିଥିଲେ। ଏବେ ମା’ଙ୍କର ହସୁଥିବାର ଫଟୋ ସେୟାର କରି ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଛନ୍ତି କରଣ।

କରଣ ସେୟାର କରିଥିବା ଫଟୋରେ ତାଙ୍କ ମା’, ପତ୍ନୀ ଦ୍ରିଶାଙ୍କ ସହ ବସିଥିବା ଦେଖାଯାଇଛି। ୪ଟି ଫଟୋକୁ ମିଶାଇ କରଣ ଇନଷ୍ଟା ଷ୍ଟାଟସରେ ସେୟାର କରିଛନ୍ତି। ଏହି ଫଟୋରେ ପୂଜା ଦେଓଲ ବହୁତ ଖୁସିଥିବା ଦେଖାଯାଇଛି।

ତେବେ ସନ୍ନିଙ୍କ ସହ ପୂଜାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଦୁଃଖୀ ଜଣାପଡ଼ୁଥିଲେ। ଏହି ଫଟୋ ଭାଇରାଲ ହେବା‌ ପରେ କିଛି ଲୋକ ପୁଅ ବିବାହରେ ପୂଜା ଖୁସି ନଥିବା କହିଥିଲେ ଏବଂ କିଛି ଲୋକ ସନ୍ନି ଦେଓଲ୍ ଓ ଡିମ୍ପଲ୍ କପାଡିଆଙ୍କ ଅନୈତିକ ସମ୍ପର୍କ ପାଇଁ ପୂଜା ଖୁସି ନଥିବା କହିଥିଲେ।

ସମ୍ବନ୍ଧିତ ଖବର