ସିନେମାର କିଛି ଦୃଶ୍ୟ ସୁଟିଂ ପରେ କାମ କରିବlକୁ ମନା କଲେ ସଞ୍ଜୟ: ଚିନ୍ତାରେ ନିର୍ମାତା

ନୂଆଦିଲ୍ଲୀ: ଅଭି‌ନେତା ସଞ୍ଜୟ ଦତ୍ତ ଚଳଚ୍ଚିତ୍ରଜଗତରେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି। ତାଙ୍କୁ କେବଳ ବଲିଉଡରେ ନୁହେଁ ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ସଞ୍ଜୁବାବା ‘ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମ ନିର୍ମାତାଙ୍କ ସମସ୍ୟାକୁ ବଢ଼ାଇ ଦେଇଛନ୍ତି।

‘ୱେଲକମ’ ଓ ‘ୱେଲକମ ଟୁ’ର ଅଦ୍ଭୁତପୂର୍ବ ସଫଳତା ପରେ, ‘ୱେଲକମ ଥ୍ରିକୁ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ପୋଷ୍ଟର କିଛିଦିନପୂର୍ବରୁ ରିଲିଜ ହୋଇଥିଲା ।  ଯେଉଁଥିରେ ନାମୀଦାମୀ ଷ୍ଟାର କାଷ୍ଟ ଥିବା ଦେଖିବାକୁ ମିଳିଥିଲା ​​। ସିନେମାରେ ଅକ୍ଷୟ କୁମାରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୁନୀଲ ସେଟ୍ଟୀ, ରବିନା ଟଣ୍ଡନ, ଲାରା ଦତ୍ତା, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଦିଶା ପଟାନିଙ୍କ ଭଳି ଷ୍ଟାରମାନେ ଏହି ଫିଲ୍ମର ପୋଷ୍ଟରରେ ନଜର ଆସିଛନ୍ତି।

ଏହି ବିଶାଳ ଷ୍ଟାର କାଷ୍ଟ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଏକ ଭିନ୍ନ ସ୍ତରରେ ଥିଲା। ଏହି କ୍ରମରେ ଖବର  ମିଳିଛି କି ସଞ୍ଜୟ ଦତ୍ତ ଏହି ଚଳଚ୍ଚିତ୍ରରେ କାମ କରିବେ ନାହିଁ। ସିନେମାର କିଛି ଦୃଶ୍ୟର ସୁଟିଂ କରିବା ପରେ ସଞ୍ଜୟ ଦତ୍ତ ୱେଲକମ ୩/‘ୱେଲକମ ଟୁ ଦ ଜଙ୍ଗଲ’ ଚଳଚ୍ଚିତ୍ରକୁ ଛାଡି ଦେଇଛନ୍ତି । ସେ ଏଥିରେ କାମ କରିବ‌େ ନାହିଁ ବୋଲି ମନା କରି ‌ଦେଇଛନ୍ତି।

ସଞ୍ଜୟ ଅଧାରୁ ସିନେମା ଛାଡ଼ି ଯିବାର କାରଣ କ’ଣ ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। ଏନେଇ  ନିର୍ମାତା କି ସଞ୍ଜୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ବି ମିଳିନାହିଁ। କିନ୍ତୁ ଏକ ବିଶେଷ ସୂତ୍ରରୁ ଖବର ମିଳିଛି କି,  ସିନେମାର ତାରିଖ ସମସ୍ୟା ହେତୁ ସଞ୍ଜୟ ଦତ୍ତ ଫିଲ୍ମ ଛାଡି ଦେଇଛନ୍ତି।

ସମ୍ବନ୍ଧିତ ଖବର