ତବୁ, କରୀନା ଓ କ୍ରିତିଙ୍କ ଫଟୋସୁଟକୁ ନେଇ ଲୋକେ ଉଠାଇଛନ୍ତି ପ୍ରଶ୍ନ, ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ରିୟା କପୁରଙ୍କ ଚଳଚ୍ଚିତ୍ର ‘ଦ କ୍ରିଉ’ରେ ଅଭିନେତ୍ରୀ କରୀନା କପୁର ଖାନ, କ୍ରିତି ସାନନ ଏବଂ ତବୁ ନଜର ଆସିବେ। ଏହି ଘୋଷଣା କରିବାକୁ କରୀନା ସୋସିଆଲ ମିଡିଆରେ ଭୋଗ ଇଣ୍ଡିଆ ପାଇଁ କରିଥିବା ଏକ ଫଟୋସୁଟର ଭିଡିଓ ସେୟାର କରିଛନ୍ତି। ନୂଆ ଭିଡିଓରେ ଷ୍ଟାର୍ ପାୱାର୍ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ଅନେକ ଲୋକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ତେବେ କରୀନା ସେୟାର କରିଥିବା ଫଟୋରେ କରୀନାଙ୍କ ଗୋଟିଏ ପଟେ ତବୁ ଏବଂ ଅନ୍ୟ ପଟେ କ୍ରିତି ଥିବା ଦେଖିବାକୁ ମିଳୁଛି। ତେବେ ଏହି ତିନି ଅଭିନେତ୍ରୀଙ୍କ ଠାରୁ  କମ୍ ଉଚ୍ଚତା ହେଉଛି କରୀନା କପୁରଙ୍କର କିନ୍ତୁ ସେ ଫଟୋରେ ସବୁଠାରୁ ଉଚ୍ଚ ବୋଲି ଜଣାପଡୁଛନ୍ତି।

ଏବେ କରୀନା କପୁର, କ୍ରିତି ସାନନ ଏବଂ ତବୁଙ୍କ ଫଟୋସୁଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଉଲ୍ଲେଖ କରାଯାଇଛି ଯେ କରୀନା କାହିଁକି କ୍ରିତିଙ୍କଠାରୁ ଲମ୍ବା ଦେଖାଯାଉଛନ୍ତି!

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି- ‘କରୀନାଙ୍କୁ କେଉଁ ବସ୍ତୁ ଉପରେ ଠିଆ କରାଯାଇଛି? ସେ କ୍ରିତିଙ୍କଠାରୁ ଲମ୍ବା ନୁହଁନ୍ତି । ଅନ୍ୟ ଜଣେ ଲେଖିଛନ୍ତି- ‘ତବୁ କରୀନାଙ୍କଠାରୁ ସାନ କିମ୍ବା କରୀନା ଦୁଇ ଲମ୍ବା ମହିଳାଙ୍କ ମଧ୍ୟରେ ଛୋଟ ଦେଖାଯିବାକୁ ଚାହାଁନ୍ତି ନାହିଁ’ |

କରୀନାଙ୍କ ଉଚ୍ଚତା ବ୍ୟତୀତ ଅନେକ ଲୋକେ ଏହା କହିଛନ୍ତି କି, ତବୁ ହେଉଛନ୍ତି ସିନିୟର, ତେଣୁ କରୀନା ନୁହେଁ, ମଝିରେ ତବୁ ରହିବା ଉଚିତ୍ ।

 

 

ସମ୍ବନ୍ଧିତ ଖବର