ସୁନୀଲ ସେଟ୍ଟୀଙ୍କ ଖୁଲାସା : ବଲିଉଡ୍‌ର ଦ୍ୱିତୀୟ ଅମିତାଭ ବଚ୍ଚନ ବନିବାକୁ ଚାହୁଁଥିଲି, କିନ୍ତୁ…….

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଳାକାରଙ୍କ ନାଁ ଉଠିଲେ ଅଭିନେତା ସୁନୀଲ ସେଟ୍ଟୀଙ୍କ ନାଁ ମଧ୍ୟ ସେଥିରେ ଆସେ । ଏବେ ସେ ପୂର୍ବ ଭଳି ଫିଲ୍ମରେ ସକ୍ରିୟ ନଥିଲେ ମଧ୍ୟ କିଛି କିଛି ଫିଲ୍ମରେ କାମ କରୁଛନ୍ତି । ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ସେ ନିଜ ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଇଥିଲେ । ଯାହା ତାଙ୍କୁ ତାଙ୍କ ପ୍ରଥମ ଫିଲ୍ମରେ ସଫଳତା ଆଣି ଦେଇଥିଲା । ତେବେ କିଛି ଦିନ ଫିଲ୍ମ କରିବା ପରେ ପ୍ରାୟ ଫିଲ୍ମ ଅସଫଳ ହେବାରୁ ସେ ବ୍ୟବସାୟରେ ମନୋନିବେଶ କରିଥିଲେ ।

suniel shetty
amarujala.com

ଅନେକ ଦିନର ବ୍ୟବଧାନ ପରେ ସୁନୀଲ ସେଟ୍ଟୀ ନିଜ କ୍ୟାରିୟରକୁ ନେଇ ଆଲୋଚନା କରିଥିଲେ । ତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ମୋର କ୍ୟାରିୟର ଆରମ୍ଭ କଲି, ମୋତେ ବାଟ ଦେଖାଇବାକୁ କେହି ନଥିଲେ । ମୁଁ ଯାହା ବି ସିଖିଲି ମୋର ଅସଫଳତାରୁ ହିଁ ସିଖିଲି । ମୋର ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ମୁଁ ଖୁସି ହୋଇଥିଲି । ମୋର ସଫଳତା ଏବଂ ମୋର ଫିଟ୍‌ନେସ୍‌କୁ ଦେଖି ମୁଁ ବଲିଉଡ୍‌ର ଦ୍ୱିତୀୟ ଅମିତାଭ ବଚ୍ଚନ ବନିବି ବୋଲି ଭାବିଥିଲି । କିନ୍ତୁ ତାହା କେବଳ ସ୍ୱପ୍ନରେ ହିଁ ରହି ଗଲା ।

ସମ୍ବନ୍ଧିତ ଖବର