ଜୁନ୍‌ରୁ ଆରମ୍ଭ ହେବ କର୍ମର ସୁଟିଂ

ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏବେ ‘କର୍ମ’ ଶୀର୍ଷକରେ ନୂଆ ଓଡ଼ିଆ ଛବି ନିର୍ମାଣର ଘୋଷଣା କରିଛନ୍ତି। ଏଥିରେ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିବ। ‘ପ୍ରତୀକ୍ଷା’ ଓ ‘ତ୍ରିକନ୍ୟା’ ପରି ଭିନ୍ନସ୍ବାଦର ସିନେମାର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଫିଲ୍ମର ସ୍କ୍ରିପ୍ଟ କାମ ସରିବା ପରେ ନାୟକ ଭୂମିକା ଲାଗି କେବଳ ଅନୁଭବ ହିଁ ଫିଟ୍ ବୋଲି ସେ ମନେ କରିଥିଲେ। ଏଣୁ ଅନୁଭବଙ୍କୁ ନେବାର ନିଷ୍ପତ୍ତି ନେଲେ। ‘କର୍ମ’ର ଅନ୍ୟ କଳାକାରମାନଙ୍କ ନାଆଁ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଫିଲ୍ମର ସୁଟିଂ ଜୁନ୍ ମାସରେ ଆରମ୍ଭ ହେବ। ଏହାର ସୁଟିଂ ଭୁବନେଶ୍ବର, କନ୍ଧମାଳ, ଢେଙ୍କାନାଳ ଓ କେନ୍ଦୁଝର ଆଦି ବିଭିନ୍ନ ସ୍ଥାନରେ କରାଯିବ। ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ଏହି ସିନେମାର ନିର୍ମାତା। ମାନସ ପଢ଼ିଆରୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପକାର। ଆଶିଷ ପ୍ରଧାନ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିବା ବେଳେ ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍।

ସମ୍ବନ୍ଧିତ ଖବର