ବଡ଼ସାହି ଅ‌ାଜ୍‌ସୁ ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ୧୦୭ ଦଫା ଜାରି କଲା ପୁଲିସ

କଳାବାଡ଼ିଆ: ବଡ଼ସାହି ନିର୍ବାଚନ ମଣ୍ତଳୀରେ ଆଜ୍‌ସୁ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପାଇଥିବା ବାଙ୍ଗିରିପୋଷି ମଣଦା ଗ୍ରାମର ରବୀନ୍ଦ୍ର ନାଥ ସେଠୀଙ୍କ ବିରୁଦ୍ଧରେ ବାଙ୍ଗିରିପୋଷି ପୁଲିସ ୧୦୭ ଦଫାରେ ନୋଟିସ ଜାରି କରିଛି। ନିର୍ବାଚନକୁ ଆଖି ଆଗରେ ରଖି କୌଣସି ଅପ୍ରୀତିକର ଘଟଣା ଘଟିବା ପୁର୍ବରୁ ବାଙ୍ଗିରିପୋଷି ବ୍ଲକ୍‌ର ୨୧୦ ଜଣଙ୍କ ବିରୋଧରେ ପୁଲିସ ଏଭଳି ନୋଟିସ ଜାରି କରିଛି। ତେବେ ଏଥିରେ ଜଣେ ବିଧାୟକ ପ୍ରାର୍ଥୀଙ୍କ ନାଁ ମଧ୍ୟ ସାମିଲ ଥିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ୩ ଓ ୪ ତାରିଖ ଦୁଇ ଦିନ ମଧ୍ୟରେ ବାଙ୍ଗିରିପୋଷି ତହସିଲଦାରଙ୍କଠାରେ ହାଜର ହୋଇ ପିଆର ବଣ୍ତ ପେପରରେ ଦସ୍ତଖତ କରିବାକୁ ନୋଟିସ୍‌ ଦିଆଯାଇଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ବିଷୟରେ ରବୀନ୍ଦ୍ର ନାଥ ସେଠୀଙ୍କୁ ଯୋଗାଯୋଗ କରିବାରୁ କେଉଁ ଅପରାଧିକ ଘଟଣା ପାଇଁ ପୁଲିସ ମୋ ନାଁରେ ନୋଟିସ୍‌ ଜାରି କଲା ମୁଁ ଜାଣିନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର