ଏ ଲଢେଇ ସମ୍ବିଧାନ ବଞ୍ଚାଇବା ପାଇଁ ଥିଲା, ଦେଶ ମୋଦୀଙ୍କୁ ପ୍ରତ୍ୟାଖ୍ୟାନ କରିଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଉପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ଲଢେଇ ସମ୍ବିଧାନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ଓ ଲୋକମାନେ ଏ ଦିଗରେ ନିଜର ପ୍ରଥମ ପାହୁଣ୍ଡ ପକାଇସାରିଛନ୍ତି । ସେ କହିଛନ୍ତି, ଜନତା ବିଜେପିକୁ ହିସାବ କରିଛନ୍ତି। ଦେଶ ମୋଦୀଙ୍କୁ ପ୍ରତ୍ୟାଖ୍ୟାନ କରିଛି।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ନିର୍ବାଚନ ‘ଇଣ୍ଡିଆ’ ମେଣ୍ଟ ପ୍ରତିକୂଳ ପରିସ୍ଥିତିରେ ଲଢିଥିଲା । କଂଗ୍ରେସ ଦଳ କେବଳ ଗୋଟିଏ ରାଜନୈତିକ ଦଳ ବିରୋଧରେ ନୁହେଁ, ଆମେ ଏହି ନିର୍ବାଚନ ବିଜେପି, ଭାରତର ଅନୁଷ୍ଠାନ, ସିବିଆଇ-ଇଡି ବିରୋଧରେ ଲଢ଼ିଥିଲୁ, କାରଣ ଏହି ଅନୁଷ୍ଠାନଗୁଡ଼ିକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଭୟଭୀତ କରାଉଥିଲେ। ଏହି ଲଢ଼େଇ ସମ୍ବିଧାନକୁ ବଞ୍ଚାଇବା ପାଇଁ ହୋଇଥିଲା।

ମୋଦୀଙ୍କ ନୈତିକ ପରାଜୟ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, କଂଗ୍ରେସର ଇସ୍ତାହାରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ମିଛ ପ୍ରଚାର କରିଛନ୍ତି ତାହା ଲୋକମାନେ ବୁଝିଛନ୍ତି। ରାହୁଲ ଗାନ୍ଧିଙ୍କ ଉଭୟ ଯାତ୍ରା- ଭାରତ ଯୋଡୋ ଯାତ୍ରା ଏବଂ ଭାରତ ଯୋଡୋ ନ୍ୟାୟ ଯାତ୍ରା ରେ କୋଟି କୋଟି ଲୋକଙ୍କୁ ଭେଟିବା, ସେମାନଙ୍କ ସମସ୍ୟା ଶୁଣିବା ଏବଂ ସେହି ସମସ୍ୟାର ସମାଧାନ ଖୋଜିବା ଆମ ଅଭିଯାନର ଆଧାର ପାଲଟିଥିଲା। ଏଣୁ ଏହି ନିର୍ବାଚନ ପରିଣାମ ମୋଦୀଙ୍କ ନୈତିକ ପରାଜୟ ।

ସମ୍ବନ୍ଧିତ ଖବର