ବିଲ୍‌ବୋର୍ଡ ଖସିବା ମାମଲାର ଅଭିଯୁକ୍ତଙ୍କ ବିରୋଧରେ ୧୦୦ ନୋଟିସ୍‌ ଓ ଜରିମାନା ଜାରି

ମୁମ୍ବାଇ: ବିଲ୍‌ବୋର୍ଡ ଖସିବା ମାମଲାରେ ମୁମ୍ବାଇର ବ୍ୟବସାୟୀ ଭବେଶ ଭି‌ଣ୍ଡେଙ୍କ ବିରୋଧରେ ୧୦୦ରୁ ଅଧିକ ନୋଟିସ ଏବଂ ଜରିମାନା ଜାରି କରାଯାଇଛି। ତାଙ୍କ କମ୍ପାନି ବେଆଇନ ଭାବେ ସ୍ଥାପିତ ହୋଇଛି ବୋଲି ସହରର ଅଧିକାରୀ ଦାବି କରିଛନ୍ତି। ଗତ ସପ୍ତାହରେ ପ୍ରବଳ ପବନ ଓ ବର୍ଷା ମଧ୍ୟରେ ତାଙ୍କ କମ୍ପାନିର  ଏକ ହୋର୍ଡିଂ ଖସିପଡ଼ିବା ପରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଥିଲେ।

ପୁଲିସ୍ ସୂତ୍ର ଏନ୍‌ଡିଟିଭିକୁ କହିଛି ଯେ ବିଲବୋର୍ଡ ନିର୍ମାଣ ପାଇଁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ୟବସାୟୀ ଭବେଶ ଏବଂ ତାଙ୍କ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଥଇଛି।

ବିଲବୋର୍ଡ ଭୁଶୁଡ଼ିବା ପରେ ବ୍ୟବସାୟୀ କେଉଁଆଡ଼କୁ ଚାଲି ଯାଇଥିଲେ। କିନ୍ତୁ ଶେଷରେ ତିନି ଦିନ ପରେ ରାଜସ୍ଥାନର ଉଦୟପୁରରୁ ତାଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ବ୍ୟବସାୟୀ ମୁମ୍ବାଇରୁ ଥାନେ ଏବଂ ଅହମ୍ମଦାବାଦକୁ ଯାଇ ତାଙ୍କ ନାମ ବଦଳାଇ ୭୨ ଘଣ୍ଟା ଧରି ଲୁଚକାଳି ଖେଳ ଖେଳିଥିଲେ। ଚେକ ଦୁର୍ନୀତି ଏବଂ ବେଆଇନ ଭାବେ ଗଛ କାଟିବାଠାରୁ ଆରମ୍ଭ କରି ଦୁଷ୍କର୍ମ ପର୍ଯ୍ୟନ୍ତ ଭିଣ୍ଡେଙ୍କ ନାମରେ ପୂର୍ବରୁ ୨୩ଟି ଅଭିଯୋଗ ରହିଥିଲା।

ସୂତ୍ର ଏହା ମଧ୍ୟ କହିଛି ଯେ ବିଲବୋର୍ଡ ଏବଂ ହୋର୍ଡିଂ ନିର୍ମାଣ ପାଇଁ ଭାରତୀୟ ରେଳବାଇ ଏବଂ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଦିଆଯାଇଥିବା ଚୁକ୍ତିନାମାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର