ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୫,୫୨୭ରେ ପହଞ୍ଚିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୧,୯୬୬ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଦେଶରେ କୋଭିଡ -୧୯ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୧,୮୬୦କୁ ବୃଦ୍ଧି ପାଇଛି। ତେବେ ଗତକାଲି ଅପେକ୍ଷା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ୪୩ ପ୍ରତିଶତ ହ୍ରାସ ହୋଇଛି ।

ଏହା ଏକ ଆଶ୍ବସ୍ତିର କଥା ହୋଇଛି କାରଣ ସୋମବାର ଦିନ କୋଭିଡ -୧୯ ର ଦୈନିକ ମାମଲା ପ୍ରାୟ ଦ୍ୱିଗୁଣିତ ହୋଇଥିଲା | ଗୋଟିଏ ଦିନରେ ଦେଶରେ ୨୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ | ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ସଂକ୍ରମଣ ହେତୁ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୧,୯୬୬କୁ ବୃଦ୍ଧି ପାଇଛି। ଏଥି ସହିତ, ଦେଶରେ କୋଭିଡ -୧୯ ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୧,୮୬୦ କୁ ବୃଦ୍ଧି ପାଇଛି, ଯାହା ମୋଟ ଆକ୍ରାନ୍ତଙ୍କର ୦.୦୩ ପ୍ରତିଶତ ହୋଇଥିବାବେଳେ ରୋଗୀଙ୍କ ସୁସ୍ଥ ହାର ହେଉଛି ୯୮.୭୬ ପ୍ରତିଶତ |

ସମ୍ବନ୍ଧିତ ଖବର