ଏକା ସାଙ୍ଗରେ ହାତର ଶିରା କାଟିଲେ ପରିବାରର ୬ଜଣ ସଦସ୍ୟ, ତା’ ପରେ…

ଚଣ୍ଡୀଗଡ଼: ସୁଧ ଆଣି ଟଙ୍କା ସୁଝିପ‌ାରିଲେନି ପରିବାର। ସୁଧ ଦେଇଥିବା ଲୋକେ ଟଙ୍କା ମାଗିବାରୁ ଏକା ସାଙ୍ଗରେ ହାତର ଶିରା କାଟିଲେ ପରିବାରର ୬ଜଣ ସଦସ୍ୟ। ଘଟଣାଟି ଘଟିଛି ପଞ୍ଜାବର ଫରିଦାବାଦ‌ରେ। ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କ ଚିକିତ୍ସା ଚାଲିଛି। ଘଟଣାକୁ ନେଇ ଏବେ ସୁଧ ମାଗିବା ନାମରେ ହଇରାଣ କରୁଥିବା ଲୋକଙ୍କ ବିରୋଧ‌ରେ ଏତଲା ରୁଜୁ କରିଛି ପୁଲିସ।

ସୂଚନା ମୁତାବକ, ପରିବାରରେ ସ୍ବାମୀ, ସ୍ତ୍ରୀ, ସେମାନଙ୍କ ପୁଅ-ବୋହୂ ଓ ୨ଜଣ ନାତି ରହୁଥିଲେ। ସୁଧ କିଏ ଆଣିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପରିବାରର ସବୁଠୁ ବୟସ୍କ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ପରିବାରର ଗୁରୁତର ଥିବା ଅନ୍ୟ ସଦସ୍ୟଙ୍କ ଚିକିତ୍ସା ଫରିଦାବାଦର ଘରୋଇ ଡାକ୍ତରଖାନା‌ରେ ହେଉଥିବା କହିଛି ପୁଲିସ।

ଏହା ପୂର୍ବରୁ ଗାଜିଆବାଦରେ ଜଣେ ଯୁବକ ନିଜ ପତ୍ନୀ ଓ ପୁଅକୁ ହତ୍ୟା କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ଘରେ ଥିବା ବ୍ଲେଡରେ ଦୁହିଁଙ୍କ ଗଳା କାଟିବା ପରେ ଅଭିଯୁକ୍ତ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ବି ପୁଲିସ ତାଙ୍କୁ ବଞ୍ଚାଇ ପାରିଥିଲା।

ସମ୍ବନ୍ଧିତ ଖବର