ଏଣିକି ବିବାହ ପ୍ରମାଣପତ୍ର ପାଇଁ ଆବଶ୍ୟକ ପଡ଼ିବ ଏସବୁ ଦସ୍ତାବିଜ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିବାହ ପ୍ରମାଣ ପତ୍ର ପ୍ରସ୍ତୁତ ପାଇଁ ଏଣିକି ଯୌତୁକ ବିବରଣୀ ଦେବାକୁ ହେବ।

ନିୟମ ଅନୁଯାୟୀ, ବର-ବଧୂଙ୍କ ପକ୍ଷରୁ ବିବାହ କାର୍ଡ, ଆଧାର କାର୍ଡ, ହାଇସ୍କୁଲ ମାର୍କସିଟ ସହିତ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରାଯାଉଥିଲା। ଏଣିକି ଉତ୍ତରପ୍ରଦେଶ ସରକାର ଲାଗୁ କରିଥିବା ନୂଆ ନିୟମ ଅନୁଯାୟୀ ବର ଓ ବଧୂଙ୍କ ପକ୍ଷରୁ ‌ଯୌତୁକର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ହେବ। ଏଥିପାଇଁ ବିବାହ ପ୍ରମାଣପତ୍ର ପ୍ରସ୍ତୁତ ହେଉଥିବା କାର୍ଯ୍ୟାଳୟରେ ଏକ ନୋଟିସ ବି ଲଗାଇ ଦିଆଯାଇଛି। ଏଥିସହିତ ବିବାହ ସମୟରେ ବର ଓ କନ୍ୟ‌ା ଘରଲୋକ କିଏ କାହାକୁ କ’ଣ ଦେଇଛନ୍ତି ସେବିଷୟରେ ବି ତଥ୍ୟ ଉଲ୍ଲେଖ ରହିବ।

ତେବେ ଏହି ବିବାହ ପ୍ରମାଣପତ୍ର କେଉଁକେଉଁ ସ୍ଥାନରେ କାମରେ ଆସିଥାଏ ଜାଣନ୍ତୁ

ଯଦି ଆପଣ ବିବାହ ପରେ ଜଏଣ୍ଟ ଆକାଉଣ୍ଟ ‌ଖୋଲୁଛନ୍ତି ସେହି ସମୟରେ ବିବାହ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ। ଏଥିସହିତ ପାସପୋର୍ଟ ପାଇଁ ଆବେଦନ କରିବା ସମୟରେ, ବୀମା କରିବା ସମୟରେ, ଭ୍ରମଣ ଭିସା କିମ୍ବା କୌଣସି ଦେଶରେ ସ୍ଥାୟୀଭାବେ ରହିବାକୁ ଚାହୁଁଥିଲେ, ବିବାହ ପରେ କୌଣସି ନାସନାଲ ବ୍ୟାଙ୍କରୁ ନେଣଦେଣ କରିବ ସମୟରେ ବିବାହ ପ୍ରମାଣପତ୍ର ଜରୁରୀ ହୋଇଥାଏ।

କେବଳ ଏତିକି ନୁହେଁ ବିବାହକୁ ନେଇ ଯଦି କୌଣସି ଅଭିଯୋଗ ପାଇଁ ଥାନାକୁ ଗଲେ ପୁଲିସ ବିବାହ ପ୍ରମାଣପତ୍ର ମାଗିଥାଏ। ଏଥିସହିତ ଛାଡ଼ପତ୍ର ସମୟରେ ବି ବିବାହ ପ୍ରମାଣପତ୍ରକୁ ବାଧ୍ୟତାମୂଳକ ଭାବେ କୋର୍ଟରେ ଖୋଜା ଯାଇଥାଏ।

ସମ୍ବନ୍ଧିତ ଖବର