ହନିଟ୍ରାପରେ ଫସାଇ ବାଂଲାଦେଶ ସାଂସଦଙ୍କୁ ହତ୍ୟା, ଏହି ମହିଳାଙ୍କ ପ୍ରେମରେ ପଡ଼ିଥିଲେ ଅନୱରୁଲ !

ମୁମ୍ବାଇ: ହନିଟ୍ରାପରେ ଫସାଇ ବାଂଲାଦେଶ ସାଂସଦ ଅନୱରୁଲ ଅଜିମ୍‌ ଅନାରଙ୍କୁ କରାଯାଇଛି ହତ୍ୟା। ମହିଳାଙ୍କ ପ୍ରେମରେ ପଡ଼ି ଭାରତ ଆସିଥିଲେ ଅନୱରୁଲ। ମେ’ ୧୩ ତାରିଖରେ ନିଖୋଜ ହେବା ଏବଂ ପରେ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏବେ ରୋଚକ ମୋଡ଼ ନେଇଛି ଏହି ହତ୍ୟା ଘଟଣା। ପୂର୍ବରୁ ତାଙ୍କର ଜଣେ ବନ୍ଧୁ ୫କୋଟିର ସୁପାରୀ ଦେଇ ତାଙ୍କର ହତ୍ୟା କରାଇଥିବା ନେଇ ସାମ୍ନାକୁ ଆସିବା ପରେ ଏବେ ହନିଟ୍ରାପ୍ ବିଷୟରେ କହିଛନ୍ତି ତଦନ୍ତ କରୁଥିବା ଅଧିକାରୀ। ଏହା ସହ ହନିଟ୍ରାପ କରିଥିବା ଅଭିଯୋଗରେ ଢ଼ାକା ପୁଲିସ ଶିଲାସ୍ତି ରେହମାନଙ୍କୁ ଅଟକ ମଧ୍ୟ ରଖିଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, କୋଲକାତା ଓ ଢ଼ାକା ପୁଲିସ ମିଳିତ ଭାବେ ଏହି ହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ଶିଲାସ୍ତି ରେହମାନଙ୍କୁ ପଚରାଉଚରା କରାଯାଉଛି। ପୁଲିସ ସନ୍ଦେହ କରୁଛି ଯେ, ହନିଟ୍ରାପରେ ଫସିବା ପରେ ଶିଲାସ୍ତି ରେହମାନଙ୍କୁ ଭେଟିବାକୁ ଭାରତ ଆସିଥିଲେ ସାଂସଦ। ଏହା ପରେ ଶିଲାସ୍ତିଙ୍କୁ ନେଇ ସେ ଏକ ଫ୍ଲାଟକୁ ଯାଇଥିଲେ। ସିସିଟିଭି ଫୁଟେଜରେ ଜଣେ ମହିଳାଙ୍କ ସହ ଫ୍ଲାଟ ଭିତରକୁ ସାଂସଦ ଯାଇଥିବା ଦେଖାଯାଇଛି। ଭିତରକୁ ଯିବା ପରେ ସେଠାରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ପୁଲିସ ସନ୍ଦେହ କରୁଛି। କାରଣ ଘରର କାନ୍ଥରେ ରକ୍ତର ଛିଟା ଲାଗିଛି।  ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ବାହାରେ ଫିଙ୍ଗିଥିଲେ ବି ରକ୍ତକୁ ସଫା କରିନଥିଲେ ଅଭିଯୁକ୍ତ, ଯାହା ପୁଲିସ ନଜରକୁ ଆସିବା ପରେ ଘଟଣା ଉପରୁ ଧୀରେ ଧୀରେ ପରଦା ଉଠୁଛି।

ସମ୍ବନ୍ଧିତ ଖବର