ବିଲାୱଲଙ୍କ ସହ ହାତ ମିଳାଇଲେନି ଜୟଶଙ୍କର, କହିଲେ ‘ନମସ୍ତେ’

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ବିଲାୱଲ ଭୁଟ୍ଟୋଙ୍କୁ ଗୋଆରେ ଏସ୍‌ସିଓ (ସାଂଘାଇ ସହଯୋଗ ସମ୍ମିଳନୀ)ରେ ସ୍ବାଗତ କରିଛନ୍ତି। ତେବେ ଜୟଶଙ୍କର ଏସ୍‌ସିଓରେ ଭୁଟ୍ଟୋଙ୍କ ସହ ହାତ ମିଳାଇନାହାନ୍ତି ଏବଂ ତାଙ୍କୁ ନମସ୍ତେ କହି ସେ ସ୍ବାଗତ କରିଛନ୍ତି। ଏହାର ପ୍ରତିବଦଳରେ ବିଲାୱଲ ମଧ୍ୟ ନମସ୍ତେ କରିବା ଚର୍ଚ୍ଚାର ବିଷୟ ହୋଇଛି। ଉଲ୍ଲେଖଯୋଗ୍ୟ, ଭୁଟ୍ଟୋ ଦୀର୍ଘ ୧୨ ବର୍ଷ ମଧ୍ୟରେ ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ଭାରତ ଗସ୍ତ କରିଛନ୍ତି। ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଙ୍କ ୨ ଦିନିଆ ବୈଠକ ଗୁରୁବାରଠାରୁ ଆରମ୍ଭ ହୋଇଛି। ଆଜିର ବୈଠକରେ ଏସ୍‌ସିଓର ୮ଟି ରାଷ୍ଟ୍ରର ବିଦେଶ ମନ୍ତ୍ରୀ ସାମିଲ ହୋଇଥିଲେ। ଏସ୍‌ସିଓ ସଦସ୍ୟ ରାଷ୍ଟ୍ରମାନେ ହେଲେ ଚୀନ୍‌, ଭାରତ, କଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ରୁଷ୍‌, ତାଜିକସ୍ତାନ ଏବଂ ଉଜ୍‌ବେକିସ୍ତାନ। ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଆଫଗାନିସ୍ତାନ, ବେଲାରୁଷ, ଇରାନ ଏବଂ ମଙ୍ଗୋଲିଆକୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର