କର୍ଣ୍ଣାଟକ‌ରେ କଂଗ୍ରେସ ହାରିଲେ ମୁଁ ଦାୟୀ ରହିବି: ଖଡ଼ଗେ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ତାରକା ପ୍ରଚାରକ ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦଳ ଯଦି ମେ’ ୧୦ ବିଧାନସଭା ନିର୍ବାଚନ ହାରିଯା‌ଏ ତେବେ ସେ ଏଥିପାଇଁ ଦାୟୀ ରହିବେ। ‘ଇଣ୍ଡିଆ ଟୁଡେ’କୁ ଏକ ସାକ୍ଷାତକାରରେ ଖଡ଼ଗେ କହିଛନ୍ତି, ‘ଯଦି କଂଗ୍ରେସ ରାଜ୍ୟରେ ହାରିବ ତେବେ ମୁଁ ଏଥିପାଇଁ ଦାୟୀ ରହିବାକୁ ପ୍ରସ୍ତୁତ ଅଛି। କିନ୍ତୁ କଂଗ୍ରେସ କର୍ଣ୍ଣାଟକ ନିର୍ବାଚନରେ ବିଜୟୀ ହେବା ମୁଁ ଚାହେ।’

ଉଲ୍ଲେଖଯୋଗ୍ୟ, ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକ ବଡ଼ ବିଜୟ ଆଶା ରଖିଛି। ୨୦୧୮ରେ କଂଗ୍ରେସ ଜେଡିଏସ୍‌ ସହ ମେଣ୍ଟ ସରକାର ଗଠନ କରିଥିଲା। କିନ୍ତୁ ପରେ ଏହି ସରକାର ଭାଙ୍ଗି ଯାଇଥିଲା। ଚଳିତ ନିର୍ବାଚନରେ କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ଏବଂ ଝୁଲା ବିଧାନସଭା ହେବନାହିଁ ବୋଲି ଖଡ଼ଗେ କହିଛନ୍ତି।

ସମ୍ବନ୍ଧିତ ଖବର