ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର:  ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ରାଜପୋରା ଛକରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ବିଜେପି ନେତା ଗୁଲାମ ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ସୁରକ୍ଷା କର୍ମୀ ଗୁଳିମାଡ଼ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଏହି ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଶୋକବ୍ୟକ୍ତ କରିଛନ୍ତି। ମିଳିଥିବା ଖବର ମୁତାବକ,  ସକାଳେ ରାଜପୋରା ଛକ ନିକଟରେ ଆତଙ୍କବାଦୀମାନେ ଗୁଲାମ ନବୀଙ୍କ ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିବା ଗୁଲାମ ନବୀଙ୍କର ଡାକ୍ତରଖାନରେ ମୃତ୍ୟୁ ଘଟିଛି। ପ୍ରଥମରୁ ଗୁଲାମ ନବୀ ଜଣେ କଂଗ୍ରେସ ନେତା ବୋଲି ଆଲୋଚନା ହେଉଥିବା ବେଳେ ସେ ୨୦୦୮ ମସିହାରେ ସେ ଦଳଛାଡି ପିଡିପିରେ ଯୋଗ ଦେଇଥିଲେ ବୋଲି କଂଗ୍ରେସ ନେତା ଜିଏନ୍‌ ମୋଙ୍ଗା କହିଛନ୍ତି। ପିଡିପି ଛାଡ଼ି କିଛି ଦିନ ହେବ ବିଜେପିରେ ଯୋଗ ଦେଇଥିବା ବିଜେପି ମୁଖପାତ୍ର ଅଲତାଫ ଠାକୁର କହିଛନ୍ତି।

ସମ୍ବନ୍ଧିତ ଖବର