ବାଂଲାଦେଶରେ ଡଙ୍ଗା ଓଲଟି ୩୨ ମୃତ

ଢାକା : ବାଂଲାଦେଶର ରାଜଧାନୀ ଢାକା ନିକଟସ୍ଥ ବୁରିଗଙ୍ଗା ନଦୀରେ ଆଜି ଏକ ମୋଟ‌ରଚାଳିତ ଡଙ୍ଗା ଓଲଟି ପଡ଼ିବାରୁ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏହ‌ି ଡଙ୍ଗାଟି ଅନ୍ୟ ଏକ ଡଙ୍ଗା ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ। ଏବେ ବି କିଛି ଲୋକ ନିଖୋଜ ଥିବାବେଳେ ନୌସେନା ଓ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କିଛି ଯାତ୍ରୀ ପହଁରି କୂଳରେ ପହଞ୍ଚିଯିବାରୁ ସେମାନେ ନିଜକୁ ବଞ୍ଚାଇ ପାରିଛନ୍ତି।

ସମ୍ବନ୍ଧିତ ଖବର