ସ୍କୁଲ୍‌ରୁ ମିଳିଲା କାଠବାକ୍ସରେ ପଶିଥିବା ଦୁଇ ନାବାଳକଙ୍କ ଶବ

ହାଇଦ୍ରାବାଦ: ଶନିବାର ଦିନ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ପୂର୍ବ ଗୋଦାବରୀ ଜିଲ୍ଲାର ଚିନ୍ନାୟାପାଲେମ୍‌ ଗାଁରେ ଗୋଟାଏ ସ୍କୁଲ୍‌ ଘରୁ କାଠବାକ୍ସରେ ପଶିଥିବା ଦୁଇ ଜଣ ନାବାଳକଙ୍କ ଶବ ମିଳିଛି। ମେ ୨୬ ତାରିଖ ଠାରୁ ଏଇ ଦୁଇ ନାବାଳକ ନିରୁଦ୍ଦେଶ ହୋଇ ଯାଇଥିଲେ। ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ପରିବାର ଲୋକେ ହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ଅନ୍ୟ ଖବର ଅନୁସାରେ ଏହା ଆକସ୍ମିକ ମୃତ୍ୟୁ ବୋଲି ଜଣାପଡ଼ିଛି। ସ୍ଥାନୀୟ ଗ୍ରାମବାସୀ କହନ୍ତି ଯେ ଖେଳିବା ବେଳେ ପିଲା ଦୁଇଟି ବାକ୍ସ ଭିତରେ ପଶି ଢାଙ୍କୁଣି ପକାଇ ଦେବାରୁ ଶ୍ୱାସରୁଦ୍ଧ ହୋଇ ମରିଛନ୍ତି। ଭଗ୍ନପ୍ରାୟ ସ୍କୁଲ୍‌ଘରେ ସେ ବାକ୍ସଟି ରଖାଯାଇଥିଲା।

ଶବ ଦୁଇଟି ଉଦ୍ଧାର କରାଯିବା ପରେ ଚିନ୍ନାୟାପାଲେମ୍‌ ଗାଁରେ ପରିସ୍ଥିତି ଉତ୍ତେଜନ ରହିଛି।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର