ଛତିଶଗଡ଼: ନକ୍ସଲଙ୍କ ଗୁଳିବିନିମୟରେ ୪ଜଣ ବିଏସଏଫ୍‌ ଯବାନ ସହିଦ, ଦୁଇ ଗୁରୁତର

ରାୟପୁର: ଛତିଶଗଡ଼ର କାଙ୍କେରରେ ନକ୍ସଲଙ୍କ ଗୁଳିବିନିମୟରେ ବିଏସ୍‌ଏଫ୍‌ର ୪ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ଆହତ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପଙ୍ଖାଜୁରରୁ ୩୫ କିଲୋମିଟର ଦୂର ମହଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ହୋଇଥିଲା। ସହିଦ ଯବାନଙ୍କ ନାମ ପି ରାମା କୃଷ୍ଣା ବୋଲି ଜଣାପଡ଼ିଛି, ସେ ଆନ୍ଧ୍ରପ୍ରଦେଶରେ ବସବାସ କରୁଥିଲେ।

ଗୁରୁବାର ସକାଳେ ବିଏସ୍‌ଏଫ୍‌ ଯବାନ ସର୍ଚ୍ଚ ଅପରେସନ୍‌ରେ ବାହାରିଥିବା ସମୟରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟର ୪ଜଣ ଯବାନ ସହିତ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ। ଏବେ ବି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

Google News – Overview

ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଏହା ପ୍ରଥମ ଘଟଣା ନୁହେଁ। ମାର୍ଚ୍ଚରେ ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣରେ ଉନ୍ରାବରେ ବସବାସ କରୁଥିବା ସିଆରପିଏଫ୍‌ ଯବାନ ଶଶିକାନ୍ତ ତିଓ୍ଵାରୀ ସହିଦ ହୋଇଥିଲେ। ଏହି ଆକ୍ରମଣରେ ଅନ୍ୟ ୫ଜଣ ବି ସହିଦ ଗୁରୁତର ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର