ପତ୍ନୀଙ୍କୁ ହୋଟେଲ୍‌ ରୁମ୍‌ରେ ଦୁଇ ପୁରୁଷଙ୍କ ସହ ଅସଂଜତ ଅବସ୍ଥାରେ ପାଇଲେ ଡାକ୍ତର ସ୍ବାମୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କସଗଞ୍ଜର ଏକ ହୋଟେଲରେ ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କୁ ଅନ୍ୟ ଦୁଇଜଣ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରିଛନ୍ତି। ଦୃଶ୍ୟଟି କ୍ୟାମେରାରେ କଏଦ ହୋଇଛି। କ୍ୟାମେରାରେ କଏଦ ହେବା ପରେ ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ଘଟଣାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଏକ ହାଇଭୋଲ୍‌ଟେଜ୍‌ ଡ୍ରାମା ହୋଇଛି।

ସ୍ବାମୀ ଜଣଙ୍କ ତାଙ୍କ ପତ୍ନୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରୁଥିଲେ। ପତ୍ନୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରୁଥିବା ସ୍ୱାମୀ ଗୁରୁବାର ରାତିରେ ଏକ ହୋଟେଲ୍‌ ରୁମ୍‌କୁ ଯାଇ ପତ୍ନୀଙ୍କୁ ଅପତ୍ତିଜନକ ଅବସ୍ଥାରେ ପାଇଥିଲେ।

www.indiatoday.in

ପୁଲିସ୍‌ ସୂଚନା ମୁତାବକ, ଘରୋଇ ବିବାଦ ପରେ ଏହି ଦମ୍ପତି ଗତ ଏକ ବର୍ଷ ହେବ ଅଲଗା ରହୁଥିଲେ। ପୁଲିସ୍‌ ଏବେ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି। ତେବେ ମହିଳା ଜଣକ ମଧ୍ୟ ଏକ ସରକାରୀ ହସ୍ପିଟ‌ାଲ୍‌ର ଡାକ୍ତର। ଯେଉଁ ଦୁଇ ପୁରୁଷଙ୍କ ସହ ସେ ଶାରୀରିକ ସଂପର୍କ ରଖୁଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଗାଜିଆବାଦ୍‌ର ହୋଇଥିବା ବେଳେ ଅନ୍ୟ ଜଣେ ବୁଲନ୍ଦସହରର।

ସ୍ବାମୀ ଜଣକ ତାଙ୍କ ପତ୍ନୀ ଓ ଦୁଇ ପୁରୁଷଙ୍କ ନାମରେ ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି। ମହିଳା ଜଣକ ଏପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ବିରୋଧରେ କୌଣସି ଅଭିଯୋଗ କରିନାହାଁନ୍ତି ବୋଲି ପୁଲିସ କହିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର