ସେଲ୍ଫି ନେଉଥିବା ବେଳେ ଟ୍ରେନ୍ ଧକ୍କା ଦେଲା, ୪ ଯୁବକଙ୍କ ଅକାଳରେ ମୃତ୍ୟୁ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୫ଟା ବେଳେ ଟ୍ରେନ୍ ଧକ୍କାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଚାରି ଜଣ ଯୁବକରେଳ ଲାଇନ୍ ନିକଟରେ ଛିଡା ହୋଇ ସେଲ୍ଫି ନେଉଥିଲେ। ଏହି ସମୟରେ ଜନ ଶତାବ୍ଦୀ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଟ୍ରେନ୍ ଆସି ୪ ଜଣଙ୍କୁ ଧକ୍କା ଦେଇଥିଲା। ରେଳ ଅଧିକାରୀ ଶବଗୁଡିକୁ ସଂଗ୍ରହ କରି ଗୁରୁଗ୍ରାମର ସରକାରୀ ହସ୍ପିଟାଲକୁ ପଠେଇ ଦେଇଥିଲେ।

ମିଡିଆରେ ପ୍ରକାଶିତ ସୂଚନା ଅନୁସାରେ, ଦିଲ୍ଲୀରୁ ଆଜମେର୍ ମଧ୍ୟରେ ଚାଲୁଥିବା ଜନ ଶତାବ୍ଦୀ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ମଙ୍ଗଳବାର ଦିଲ୍ଲୀରୁ ଯାଉଥିଲା। ଜୟପୁର ଆଡକୁ ଯାଉଥିବା ସମୟରେ ଗୁରୁଗ୍ରାମ ଜିଲ୍ଲାର ବସଇ ଧରକୋଟ ରେଳ ଷ୍ଟେସନ ପାଖରେ ୪ ଜଣ ଯୁବକ ଏକ ସମୟରେ ଟ୍ରେନ୍ ଦୁର୍ଘଟଣାର ସ୍ଵୀକାର ହୋଇଥିଲେ।
ଚାରିଜଣ ଯୁବକ ମୋବାଇଲ୍ ବାହାର କରି ରେଳ ଧାରଣା ପାଖରେ ଟ୍ରେନ୍ ସହିତ ସେଲ୍ଫି ନେଉଥିଲେ। ଘଟଣାସ୍ଥଳରେ ହିଁ ଚାରିଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଚାରି ଜଣଙ୍କ ଶବ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା।

ପୁଲିସ ଅନୁସାରେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ପରିଚୟ ମିଳିଯାଇଛି। ୪ ଜଣ ଗୁରୁଗ୍ରାମର ଦେବୀଲାଲ୍ କଲୋନୀରେ ରହୁଥିଲେ। କଲୋନୀରୁ ଦୁର୍ଘଟଣା ସ୍ଥଳ ମାତ୍ର ୨ କିଲୋମିଟର ଥିଲା। ଚାରିଜଣ ଯୁବକ ସନ୍ଧ୍ୟାରେ ବୁଲିବା ପାଇଁ ବାହାରକୁ ବାହାରିଥିଲେ।

ସମ୍ବନ୍ଧିତ ଖବର