ନୂଆଦିଲ୍ଲୀ: ଅଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଆଦାନୀ ଗ୍ରୁପ୍ ସେୟାରରେ ଜବରଦସ୍ତ ବୃଦ୍ଧି ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ବୃଦ୍ଧି ପାଇଛି।

Advertisment

ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ୬୬.୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏହି କାରଣରୁ ଗୌତମ ଆଦାନୀ ଏବେ ୧୯ତମ ସ୍ଥାନରେ ରହିଛନ୍ତି।

ଗୌତମ ଆଦାନୀଙ୍କ ସମ୍ପତ୍ତି ରେ ବୃଦ୍ଧି ପଛର କାରଣ ହେଉଛି  ନିକଟ ଅତୀତରେ ତାଙ୍କ କମ୍ପାନୀର ସେୟାରରେ ଉଲ୍ଲେଖନୀୟ ବୃଦ୍ଧି । ନଭେମ୍ବର ୨୮ରେ ଆଦାନୀ ଗ୍ରୁପ୍ ସେୟାରର ମୋଟ ମାର୍କେଟ୍ କ୍ୟାପ୍ ୧.୦୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୧୧.୨୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨ ଏପ୍ରିଲ ୧୧ ପରଠାରୁ ଏହା ଗୋଟିଏ ଦିନରେ ସବୁଠାରୁ ବଡ଼ ବୃଦ୍ଧି ଥିଲା।

ଚଳିତ ବର୍ଷ ଆରମ୍ଭରେ ଆମେରିକୀୟ ସର୍ଟସେଲିଂ ସଂସ୍ଥା ହିଣ୍ଡନବର୍ଗର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଥିଲା । ଫଳରେ ଗୌତମଙ୍କ ବ୍ୟକ୍ତିଗତ ସଂପତ୍ତି ମୂଲ୍ୟ ହ୍ରାସ ପାଇଚାଲିଥିଲା । କିନ୍ତୁ ବର୍ଷର ପରବର୍ତ୍ତୀ ମାସଗୁଡ଼ିକରେ କମ୍ପାନି ସେୟାର ମୂଲ୍ୟରେ ଧୀରେ ଧୀରେ ଉନ୍ନତି ଆସିଥିଲା ।