କୁଖ୍ୟାତ ଅପରାଧୀ ନିଜ ଚମଡ଼ାରେ ଚପଲ ତିଆରି କରି ମା’କୁ ଦେଲା ଉପହାର: ଦୃଶ୍ୟ ଦେଖି ଭାବବିହ୍ବଳ ହେଲେ ଗ୍ରାମବାସୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ କୁଖ୍ୟାତ ଅପରାଧୀ ଜାମିନରେ ଆସିବା ପରେ ଧାର୍ମିକ ଭାବନାରେ ବୁଡ଼ିଯାଇଛି। ସେ ନିଜ ଚମଡ଼ାରେ ମା’ ପାଇଁ ଚପଲ ତିଆରି କରି ଉପହାର ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଢ଼ାଞ୍ଚା ଭବନ ଅଞ୍ଚଳରେ ବସବାସ କରୁଥିବା ରୋନକ ଗୁର୍ଜର ଜଣେ କୁଖ୍ୟାତ ଅପରାଧି । ସେ ଅନେକ ଅପରାଧିକ ଘଟଣାରେ ସମ୍ପୃକ୍ତ ଥାଇ ଜେଲରେ ବନ୍ଦୀ ଥିଲା।  ଜାମିନରେ ଆସିବାପରେ ରୋନକ ଏବେ ନିୟମିତ ଭାବେ ରାମାୟଣ ପାଠ କରୁଛି। ଧାର୍ମିକ ଭାବନାରେ ‌ଯୋଡ଼ି ହୋଇ ରହିଛି।

ରାମାୟଣ ପାଠ କରିବା ସମୟରେ ସେ ମା’ଙ୍କ ସେବା ପ୍ରତି ପ୍ରେରିତ ହୋଇଛି। ରୋନକର କହିବାନୁସାରେ , ରାମାୟଣ ପାଠ କରିବା ସମୟରେ ମୁଁ ଜାଣିବାକୁ ପାଇଲି କି ଭଗବାନ ରାମ କହିଥିଲେ ମା’ଙ୍କ ପାଇଁ ନିଜ ଶରୀରର ଚମଡ଼ାରେ କଠଉ ବି ତିଆରି କରିଦେଲେ ତାହା କମ ହେବ।  ଏହାକୁ ନେଇ ମୋ ମନରେ ଏକ ବିଚାର ଆସିଲା କି ମୁଁ ମୋର ନିଜର ଚମଡ଼ାରେ ମା’ଙ୍କ ପାଇଁ ଚପଲ ତିଆରି କରିବି। କାରଣ ମୋ ପାଇଁ ମୋ ମା’ ବହୁତ କଷ୍ଟ ସହିଛି।

ତେଣୁ ଦିନେ କାହାକୁ କିଛି ନକହି ହସ୍ପିଟାଲ ଯାଇ ଜଙ୍ଘରୁ ଚମଡ଼ା ବାହାର କରିବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲି। ଡାକ୍ତର ବି ମୋ ଅନୁରୋଧ ରକ୍ଷା କରି ଜଙ୍ଘରୁ ଚମଡ଼ା ବାହାରି କରି ମୋତେ ଦେଇଥିଲେ। ଉକ୍ତ ଚମଡ଼ାକୁ ନେଇ ମୁଁ ଜୋତା ତିଆରି କରୁଥିବା କାରିଗରଙ୍କ ପାଖକୁ ଯାଇଥିଲି। ଏହାପରେ ମା’ଙ୍କ ପାଦ ମାପର ଚପଲ ତିଆରି କରି ମୋ ଚମଡ଼ାକୁ ସେଥିରେ ବ୍ୟବହାର ପାଇଁ କହିଥିଲି। ଜୋତା ତିଆରି କରୁଥିବ‌ା କାରିଗର ବି ମୁଁ ଯେମିତି ଚାହୁଁଥିଲି ମା’ଙ୍କ ପାଇଁ ସେମିତି ଚପଲ ତିଆରି କରି ଦେଇଥିଲେ। ମୁଁ ଉକ୍ତ ଚପଲକୁ ନେଇ ଘରକୁ ଆସି ମା’ଙ୍କୁ ଉପହାରରେ ଦେଇଥିଲି।’

ସମ୍ବନ୍ଧିତ ଖବର