ବିଦେଶ ବୁଲିଯିବା ପାଇଁ ଅପହରଣର ନାଟକ ରଚି ବାପାକୁ ୩୦ଲକ୍ଷ ମାଗିଲା ଝିଅ

ଇନ୍ଦୋର: ବିଦେଶ ବୁଲିଯିବା ପାଇଁ ଅପହରଣର ନାଟକ ରଚି ବାପାକୁ ୩୦ଲକ୍ଷ ମାଗିଲା ଝିଅ। ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏଭଳି ଘଟଣା। ଏଭଳି ନାଟକ ରଚିଥିବା ଯୁବତୀଙ୍କ ନାମ କାବ୍ୟା ଧାକଡ ବୋଲି ଜଣାପଡ଼ିଥିବା ବେଳେ ସେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ରାଜସ୍ଥାନର କୋଟାକୁ ଆସିଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ନିଟ୍ ପାଇଁ ପ୍ରସ୍ତୁତ  ହେବା ପାଇଁ କୋଟାକୁ ଆସିଥିଲେ କାବ୍ୟା। ହେଲେ ତାଙ୍କର ଘରୁ ଆସିବା ପୂର୍ବରୁ ହିଁ ଅନ୍ୟ କିଛି ଯୋଜନା ଥିଲା। କୋଟାରେ ପହଞ୍ଚିବା ପରେ ସେ ନିଜର ଅନ୍ୟ ୨ଜଣ ସାଥୀଙ୍କ ସହ ମିଶି ଅପହରଣର ନାଟକ କରିଥିଲେ। ହାତ ଓ ଗୋଡ ବନ୍ଧାଥିବା ଫଟୋ ନିଜ ବାପାଙ୍କୁ ପଠାଇବାକୁ ନିଜ ସାଙ୍ଗଙ୍କୁ କହିଥିଲେ କାବ୍ୟା । ଏହା ସହ ୩୦ଲକ୍ଷ ଟଙ୍କା ଦେବାକୁ ‌କହିଥିଲେ। ତେବେ ଏହି ଖବରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କାବ୍ୟା ଏବେ କେଉଁଠି ଅଛନ୍ତି, ତାହା ଜଣାପଡ଼ିନାହିଁ। ଖବର ବିଷୟରେ ଜାଣି ଲୋକ ସୋସିଆଲ ମିଡିଆରେ ମଜାଦାର ପ୍ରତିକ୍ରିୟା ରଖିଥିବା ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର