ହବାକ ହାଇସ୍କୁଲର ସଫଳତା: ୯୭.୩୬ ପ୍ରତିଶତ ରେଜଲ୍ଟ

ଘୁ.ଉଦୟଗିରି: ପ୍ରକାଶ ପାଇଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ। ସବୁଆଡେ ପିଲାଙ୍କ ଭିତରେ ଖୁସିର ଲହରୀ। ସ୍ଥାନୀୟ ହବାକ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫ୍ଲର ସଫଳତାର ଶୀର୍ଷ ଛୁଇଁଛି। ଏହି ବିଦ୍ୟାଳୟ ର ଛାତ୍ର ଶୂୟସ ସାମଲ ମୋଟ୫୫୮ନଂ ଅର୍ଥାତ ୯୩ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲା ଟପର ହୋଇଛନ୍ତି। ଶୂୟସ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର ସାମଲଙ୍କ ପୁଅ।ଶୂୟସଙ୍କ ମା ମଧ୍ୟ ଜଣେ ଶିକ୍ଷୟତ୍ରୀ। ଶୂୟସଙ୍କ ଏହି ସଫଳତା ପଛରେ ତାଙ୍କ ବାପା, ମା, ନିଜ ଦାଦା, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ହାତ ରହିଥିବା ବେଳେ ନିଜ ପରିଶ୍ରମ ଏବଂ ପିଲାବେଳୁ ଶିକ୍ଷା ପ୍ରତି ଅହେତୁକ ଦୁର୍ବଳତା ଏହି ସଫଳତା ପାଇଁ ସୁଯୋଗ ସୃଷ୍ଟି କରିଛି।

ଭବିଷ୍ୟତରେ ମେଡ଼ିକାଲ ପଢିବା କୁ ଆଗ୍ରହ ରହିଥିବା କହିଛନ୍ତି। ସେହିଭଳି ହବାକ ହାଇସ୍କୁଲର ଆୟୁଷ ରଥ ମୋଟ୫୪୯ମାର୍କ ଅର୍ଥାତ ୯୧.୫୦ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଆୟୁଷ ହେଉଛନ୍ତି ସ୍ବର୍ଗତ କୈଳାଶ ରଥଙ୍କ ପୁଅ, ମାତା ମହିଳା ମହାବିଦ୍ୟାଳୟର କର୍ମଚାରୀ। ଆୟୁଶ ପିଲାବେଳୁ ଜଣେ ମେଧାବୀ ଛାତ୍ର।କମ ସମୟ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବା ସହ ସମସ୍ୟା ଭିତରେ ରହି ମଧ୍ୟ ପାଠ ପ୍ରତି ଧ୍ୟାନ ଦେଇ ପରିଶ୍ରମ କରିବା ସହ ନିଜ ମା, ଭାଇଙ୍କ ସହଯୋଗ ଶିକ୍ଷକ ଶିକ୍ଷାତ୍ରୀଙ୍କ ଚେଷ୍ଟା ଏବଂ ସହଯୋଗ ଯୋଗୁଁ ମୁଁ ସଫଳତା ପାଇଥିବା ବେଳେ ଆଗାମୀ ଭବିଷ୍ୟତରେ ନିଜ ଲକ୍ଷ ପୂରଣ କରିବା ନିମନ୍ତେ ଆଗାମୀ ଭବିଷ୍ୟତରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି।

ସେଇଭଳି ସେଇ ବିଦ୍ୟାଳୟର ଓମ ପ୍ରକାଶ ପଣ୍ଡା ୫୪୦ମାର୍କ ଅର୍ଥାତ ୯୦ପ୍ରତିଶତ ମାର୍କ ରଖି କନ୍ଧମାଳ ଜିଲ୍ଲାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ସେ ହେଉଛନ୍ତି ସ୍ଥାନୀୟ ସହରର ପ୍ରତିଷ୍ଠିତ ଲୁଗା ବ୍ୟବସାୟୀ ବାଳକୃଷ୍ଣ ପଣ୍ଡାଙ୍କ ସାନ ପୁଅ। ଓମ କହିଛନ୍ତି ଆଗାମୀ ଭବିଷ୍ୟତରେ ସେ ମେଡ଼ିକାଲ ପାଠ ପଢିବା ନିମନ୍ତେ ଲକ୍ଷ ରଖିଛି ଏବଂ ଲକ୍ଷ ପୂରଣ ନିମନ୍ତେ ଚେଷ୍ଟା ଜାରୀରହିବ।ମୋ ସଫଳତା ପଛରେ ମୋ ଶିକ୍ଷକ ଶିକ୍ଷୟତ୍ରୀ ମୋ ପରିବାର ସଦସ୍ୟଙ୍କ ହାତ ରହିବା ସହ ମୋର ପରିଶ୍ରମ ରହିଥିବା କହିଛନ୍ତି।ହବାକ ହାଇସ୍କୁଲରେ ଦଶମ ଶ୍ରେଣୀରେ ଚଳିତ ବର୍ଷ ମୋଟ ୧୧୪ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୧୧ଜଣ ଛାତ୍ର ପାସ କରିଛନ୍ତି ଏ୧ରେ ୩ଜଣ, ଏ୨ରେ ୩ଜଣ ପାସ କରିବା ସହ ଜିଲ୍ଲାରେ ଶ୍ରେଷ୍ଠ ଦଶ ଜଣଙ୍କ ଭିତରେ ତିନି ଜଣ ସ୍ଥାନ ପାଇଛନ୍ତି। ଏହି ସଫଳତା ପଛରେ ହବାକ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମ, ପରିଶ୍ରମ ଏବଂ ଚେଷ୍ଟା ଯୋଗୁଁ ସଫଳତା ଶୀର୍ଷରେ ପହଁଚି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି।

ସମ୍ବନ୍ଧିତ ଖବର