ଅଭିନନ୍ଦନ ବର୍ତମାନଙ୍କୁ ‘ବୀର ଚକ୍ର’, ମିରାଜ୍‌୨୦୦୦ ବିମାନ ନେଇ ପାକିସ୍ତାନରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା ପାଇଲଟଙ୍କୁ ‘ବାୟୁସେନା ମେଡାଲ୍‌’

ନୂଆଦିଲ୍ଳୀ: ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ବର୍ତମାନଙ୍କ ନାମ ‘ବୀର ଚକ୍ର’ ସମ୍ମାନ ପାଇଁ ସୁପାରିସ କରାଯାଇଛି। ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ପାକିସ୍ତାନରେ ପଶି ତଳେ ଖସାଇଥିବା ଅଭିନନ୍ଦନଙ୍କୁ ତାଙ୍କର ସାହସିକତା ପାଇଁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରିବାକୁ ବାୟୁସେନା ପକ୍ଷରୁ ତାଙ୍କ ନାମ ସୁପାରିସ ହୋଇଛି।

ଅଭିନନ୍ଦନଙ୍କ ନାମ ‘ବୀର ଚକ୍ର’ ପାଇଁ ସୁପାରିସ୍‌ ହୋଇଥିବା ବେଳେ ୧୨ଟି ମିରାଜ୍‌୨୦୦୦ ବିମାନ ନେଇ ପାକିସ୍ତାନର ବାଲାକୋଟ୍‌ରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା ପାଇଲଟଙ୍କ ନାମ ‘ବାୟୁସେନା ମେଡାଲ୍‌’ ପାଇଁ ସୁପାରିସ ହୋଇଛି।

‘ବୀର ଚକ୍ର’ ସମ୍ମାନ ହେଉଛି ଭାରତୀୟ ବାୟୁୁସେନାର ତୃତୀୟ ଶୀର୍ଷ ସମ୍ମାନ। ‘ପରମବୀର ଚକ୍ର’ , ‘ମହାବୀର ଚକ୍ର’ ପରେ ଯୁଦ୍ଧ କାଳରେ ‘ବୀର ଚକ୍ର’କୁ ସମ୍ମାନଜନକ ପୁରସ୍କାର ଭାବେ ବିବେଚନା କରାଯାଏ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୨୭ ତାରିଖରେ ଶତ୍ରୁ ବିମାନର ପିଛା କରି ତାହାକୁ ଖସାଇବା ସହ ଭୁଲ୍‌ରେ ଶତ୍ରୁ ଦେଶରେ ଖସି ପଡ଼ି  ସେଠାରେ ୫୦ ଘଣ୍ଟା ବିତାଇଥିବା ଅଭିନନ୍ଦନଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଶ୍ରୀନଗରରୁ ପଶ୍ଚିମାଞ୍ଚଳ ସେକ୍ଟରକୁ ବଦଳି କରି ଦିଆଯାଇଛି।

ସମ୍ବନ୍ଧିତ ଖବର