ସ୍ୱିସ ବ୍ୟାଙ୍କରେ ଜମାରଖିବା ବ୍ୟକ୍ତିମାନଙ୍କ ପ୍ରଥମ ତାଲିକା ପାଇଲା ଭାରତ

ନୂଆଦିଲ୍ଲୀ : ସ୍ୱିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟ ମାନଙ୍କର ପ୍ରଥମ ତାଲିକା ସ୍ୱିଜରଲାଣ୍ଡ ସରକାର ପ୍ରଦାନ କରିଛନ୍ତି । ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ ଭାରତ ଆପେ ଆପେ ପ୍ରତିବର୍ଷ ଏହି ତଥ୍ୟ ହାସଲ କରିବ । ଏହାଫଳରେ ବିଦେଶରେ କଳାଟଙ୍କା ଜମାରଖିଥିବା ଲୋକମାନଙ୍କ ସଂପର୍କରେ ସରକାର ସବିଶେଷ ତଥ୍ୟ ହାସଲ କରିପାରିବେ ଯାହାକି ଦୁର୍ନୀତି ବିରୋଧୀ ଲଢେଇରେ ସହାୟକ ହେବ ।
ସ୍ୱିଜରଲାଣ୍ଡ ସରକାର ଦେଇଥିବା ତଥ୍ୟ ମଧ୍ୟରେ ରହିଛି ଜମା ରଖିଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆକାଉଣ୍ଟ ନମ୍ବର, ନାଗରିକତା ଥିବା ଦେଶ,ଟିକସ ନମ୍ବର ଇତ୍ୟାଦି ।
କେବଳ ଭାରତ ନୁହେଁ ସ୍ୱିଜରଲାଣ୍ଡ ମୋଟ ୭୫ଟି ଦେଶକୁ ଏହି ସୂଚନା ପ୍ରଦାନ କରିଛି । ଏହି ଦେଶମାନଙ୍କ ସହ ସ୍ୱିଜରଲାଣ୍ଡ ସରକାର ଏଇଓଆଇ ( ଅଟୋମେଟିକ ଏକ୍ସଚେଞ୍ଜ ଅଫ ଇନଫର୍ମେସନ) ଫ୍ରେମଓ୍ଵାର୍କ ଅନୁସାରେ ତଥ୍ୟ ପାଇଛନ୍ତି । ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ଏସବୁ ଦେଶମାନେ ପରବର୍ତ୍ତି ତାଲିକା ପାଇବେ ।

ସମ୍ବନ୍ଧିତ ଖବର