ବରମାଳା ପରେ କନ୍ୟାକୁ ଚୁମ୍ବନ ଦେବାରୁ ବରପକ୍ଷକୁ ମାଡ଼ ମାରିଲେ କନ୍ୟାପକ୍ଷ

ନୂଆଦିଲ୍ଲୀ: ବରମାଳା ପରେ କନ୍ୟାକୁ ଚୁମ୍ବନ ଦେବାରୁ ବରପକ୍ଷକୁ ମାଡ଼ ମାରିଲେ କନ୍ୟାପକ୍ଷ। ୟୁପିର ହାପୁରରେ ଘଟିଛି ଏଭଳି ଘଟଣା। ୨ଭଉଣୀଙ୍କ ବିବାହ ‌ଗୋଟାଏ ଦିନରେ ଥିବା ବେଳେ କନ୍ୟାପକ୍ଷ ଏକ ବଡ଼ ଆୟେ‌ାଜନ କରିଥିଲେ। ବଡ଼ ଭଉଣୀର ବିବାହ ଶେଷ ହେବା ପରେ ସାନ ଭଉଣୀର ବିବାହ କାମ ଆରମ୍ଭ ହୋଇଥିଲା। ହେଲେ ବରମାଳା ପରେ ବର, କନ୍ୟାକୁ ଚୁମ୍ବନ ଦେବାରୁ ରାଗରେ କନ୍ୟାପକ୍ଷ ମଞ୍ଚ ଉପରେ ଥିବ‌ା ବର ଓ ବରଯାତ୍ରୀଙ୍କୁ ପିଟିଥିଲେ। ଏହି ଘଟଣାକୁ ନେଇ ଏବେ ପୁଲିସ ୨ପକ୍ଷରୁ ୭ଜଣଙ୍କୁ ଅଟକ ରଖିଥିବା ସାମ୍ନାକୁ ଆସିଛି।

ପୁଲିସର କହିବା ମୁତାବକ, ସାନ ଝିଅର ବିବାହ ସମୟରେ ବରମାଳା ହୋଇଥିଲା। ଏହା ପରେ ବର, କନ୍ୟାକୁ ଚୁମ୍ବନ ଦେଇଥିଲା। ଜବରଦସ୍ତି ବର, କନ୍ୟାକୁ ଚୁମ୍ବନ ଦେଇଥିବା ଅଭିଯୋଗ କରି ବରମାଳା ପରେ ପରେ କନ୍ୟା ପକ୍ଷ ତଡ଼ାରେ ବରପକ୍ଷଙ୍କୁ ପିଟିଥିଲେ। ଏହି ଆକ୍ରମଣରେ ବରର ବାପା ଆହତ ହୋଇଥିବା ସହ ଅନ୍ୟ ବରଯାତ୍ରୀ ଆହତ ହୋଇଥିଲେ। ସୂଚନା ଦିଆଯିବାରୁ ଆହତଙ୍କୁ ଡାକ୍ତରଖାନା ପଠାଇ ୭ଜଣକୁ ଅଟକ ରଖିଥିଲା ପୁଲିସ। କନ୍ୟା ବ‌ାଧ୍ୟ କରିବାରୁ ବର ଏଭଳି କରିିଥିବା ‌ନେଇ ବରପକ୍ଷ ଦାବି କରୁଥିବା ବେଳେ ଜବରଦସ୍ତି ବର, କନ୍ୟାକୁ ଚୁମ୍ବନ ଦେଇଥିବା ପୁଲିସକୁ କହିଥିଲେ କନ୍ୟାପକ୍ଷ।

ତେବେ ଏପର୍ଯ୍ୟନ୍ତ ପୁଲିସକୁ ଲିଖିତ ଆକରରେ କୌଣସି ଏତଲା ଦିଆଯାଇନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛି ପୁଲିସ।

ସମ୍ବନ୍ଧିତ ଖବର