ଗୁଗୁଲ ପେ’ର ନୂଆ ଫିଚର : ବାକିରେ ପେମେଣ୍ଟ କରିହେବ

ମୁମ୍ବାଇ: ଗୁଗୁଲ୍ ପେ’ର ୩ଟି ନୂଆ ଫିଚର ଆସିଛି। ଏହାର ସାହାଯ୍ୟରେ ଦେୟ ଦେବା ଅତି ସହଜ ହେବ। କାରଣ ଏଥିରେ ଏକ ନୂଆ ଫିଚର ରହିଛି ଯାହାର ନାଁ ହେଉଛି ‘ବାୟ ନାଓ ପେ ଲାଟର’ ( ଏବେ କିଣନ୍ତୁ ପଛରେ ପେମେଣ୍ଟ କରିବେ ) । ଅର୍ଥାତ୍ ଆପଣ ଅନଲାଇନରେ କୌଣସି ପେମେଣ୍ଟ କଲେ ଏହି ଫିଚର ଯଦି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୌଣସି ଟଙ୍କା କଟିବ ନାହିଁ । ଅବଶ୍ୟ ଆପଣ ପରେ ଏହି ପରିମାଣ ପରିଶୋଧ କରିପାରିବେ କିମ୍ବା କିସ୍ତି ମାଧ୍ୟମରେ ପରିଶୋଧ କରିପାରିବେ । ଅନ୍ୟପ୍ରକାରେ କହିଲେ ଏହା ଏକପ୍ରକାରର କ୍ରେଡିଟ କାର୍ଡର ସେବା ପ୍ରଦାନ କରିବ । ଖାଣ୍ଟି ଓଡିଆରେ କହିଲେ ବାକିରେ ପେମେଣ୍ଟ କରିହେବ ।

କିଛି ଦିନ ପୂର୍ବେ ଗୁଗୁଲ ଦ୍ୱାରା ୱାଲେଟ୍ ଆପ୍ ଲଞ୍ଚ କରାଯାଇଥିଲା। ଏହା ଏକ ଡିଜିଟାଲ୍ ୱାଲେଟ୍ ଯାହା ଏବେ ଅନେକ ଲୋକ ବ୍ୟବହାର କରୁଛନ୍ତି | ଆପଣ ଏଥିରେ ସମସ୍ତ କାର୍ଡ ବିବରଣୀ ଯୋଡିପାରିବେ । ଥରେ ଆପଣ ଏହା କରିବା ପରେ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ଏହାକୁ ପେମେଣ୍ଟ ଆପ୍ ସହିତ ମଧ୍ୟ ସଂଯୋଗ କରିପାରିବେ ଏବଂ ଏହା ପରେ ଆପଣଙ୍କ ପାଇଁ ଦେୟ ଦେବା ଅତି ସହଜ ହେବ ।

ସମ୍ବନ୍ଧିତ ଖବର