ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ମମତା

କୋଲକାତା: ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ବିବାଦ କମିବାର ନାଁ ନେଉନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶନିବାର ସ୍ପଷ୍ଟ କରିଛନ୍ତି ଯେ ରବିବାର ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେ ଏବଂ ତାଙ୍କ ଦଳର ନେତାମାନେ ଯୋଗ ଦେବେ ନାହିଁ। ମମତା କହିଛନ୍ତି ଯେ ତାଙ୍କୁ ନା ନିମନ୍ତ୍ରଣ ମିଳିଛି ନା ସେ ସେଠାକୁ ଯିବେ। କେହି ଚାହୁଁନାହାନ୍ତି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ପରାଜୟ ପରେ ସେ ନିଜ ଚେୟାର ଛାଡିଦେବା ଉଚିତ ଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଦୁଃଖିତ, କିନ୍ତୁ ମୁଁ ଚାହେଁ ନାହିଁ ଯେ ଏକ ଅଣସାମ୍ବିଧାନିକ, ବେଆଇନ ଦଳ ସରକାର ଗଠନ କରନ୍ତୁ। ମୋର ଶୁଭେଚ୍ଛା ଦେଶ ପାଇଁ ହେବ, ମୁଁ ସମସ୍ତ ସାଂସଦଙ୍କୁ ଆପଣଙ୍କ ଦଳକୁ ମଜବୁତ କରିବାକୁ କହିବି ।

ଜନମତ ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ। ଆଜି ଯଦିଓ ‘ଭାରତ’ ମେଣ୍ଟ ସରକାର ଗଠନ ପାଇଁ ଦାବି କରିନାହିଁ, ଏହାର ଅର୍ଥ ନୁହେଁ ଯେ ଆସନ୍ତାକାଲି ଏହା ହେବ ନାହିଁ। ଟିଏମସି ମୁଖ୍ୟ କହିଛନ୍ତି ଯେ କେନ୍ଦ୍ରକୁ ସମସ୍ତ ରାଜ୍ୟର ବକେୟା ପୈଠ କରିବାକୁ ପଡିବ । ସିଏଏ କୁ ଉଚ୍ଛେଦ କରାଯାଉ, ଆମେ ସଂସଦରେ ଏହି ଦାବି ଉଠାଇବୁ ।

 

ସମ୍ବନ୍ଧିତ ଖବର