ରୋଗୀଙ୍କୁ ଚିକିତ୍ସା ନକରି ନିଛାଟିଆ ସ୍ଥାନରେ ଫିଙ୍ଗି ଦେବାକୁ ଆମ୍ବୁଲାନ୍ସ ଚାଳକଙ୍କୁ ପରାମର୍ଶ ଦେଇଥିଲେ ଡାକ୍ତର

ନୂଆଦିଲ୍ଲୀ: ମଣିଷର ମୃତ୍ୟୁ ହୋଇଗଲେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନିଆଯାଇଥାଏ ନଚେତ କବର ଦିଆଯାଇଥାଏ। ଏହି କ୍ରମରେ ଦେଖିବାକୁ ଗଲେ ପଞ୍ଜାବର ମାନସାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଯେଉଁଠାରେ ବଞ୍ଚିଥାଉଥାଉ ଜଣେ ବ୍ୟକ୍ତିଙ୍କୁ କବରସ୍ଥାନ ନିକଟରେ ପିଙ୍ଗି ଦିଆଯାଇଥିଲା। କେବଳ ଏତିକି ନୁହେଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଛଟପଟ ହେଉଥିବା ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଆମ୍ବୁଲାନ୍ସ ଚାଳକ ଚମ୍ପଟ ମାରିଥିଲା। ଏହି ଘଟଣାପରେ ସିଭିଲ ହସ୍ପିଟାଲ ସମାଲୋଚନା ପରିସକୁ ଆସିଛି।

ମିଳିଥିବା ସୂଚନା ମୁତାବକ ରାସ୍ତାରେ ଫିଙ୍ଗି ଦିଆଯାଇଥିବା ଦୁଇଜଣରୋଗୀଙ୍କ ମଧ୍ୟରୁ ଜଣକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟା‌ଲ‌ରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟାଇଥିବା ହସ୍ପିଟାଲ ତଥା ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେ‌ୋକେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ମାନସା ସରକାରୀ ହସ୍ପିଟାଲରେ ଦୁଇଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଏମାନଙ୍କର କେହି ହେଲେ ବି ପରିବାର ସଦସ୍ୟ ନଥିଲେ।  ଚିକିତ୍ସା ସଠିକ ଭାବେ କରାଯାଉ ନଥିଲା।  ଏହି କାରଣରୁ ହସ୍ପିଟାଲର ଡାକ୍ତର ଆସୁ ଓ ମ୍ୟାଡମ ଗୁରବିନ୍ଦର ଉକ୍ତ ଦୁଇଜଣ ରୋଗୀଙ୍କ ଚିକିତ୍ସା ନକରିବା ପାଇଁ ଚାହୁଁ ନଥିଲେ। ଫଳରେ ଉକ୍ତ ଦୁଇଜଣ ରୋଗୀଙ୍କୁ କୌଣସି ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇ ଆସିବାକୁ ଆମ୍ବୁଲାନ୍ସ ଚାଳକଙ୍କୁ ଡାକ୍ତର କହିଥିଲେ। ଏଥିପାଇଁ ଚାଳକଙ୍କୁ ୪୦୦ଟଙ୍କା ବି ଡାକ୍ତର ଦେଇଥିଲେ।

ଡାକ୍ତରଙ୍କ କହିବାନୁସାରେ ଆମ୍ବୁଲାନ୍ସ ଚାଳକ କାକା ସିଂହ ଉକ୍ତ ଦୁଇଜଣ ରୋଗୀଙ୍କୁ ଧରି ଆସିଥିଲା। ଆଉ ଜଣଙ୍କୁ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିବା ବେଳେ ଅନ୍ୟ ଜଣଙ୍କୁ କବର ସ୍ଥାନ ନିକଟରେ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏହି ଘଟଣା ସାମ୍ନ‌ାକୁ ଆସିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି।  ଘଟଣାରେ ଯେଉଁମାନେ ବି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର