ଲିଭ୍-ଇନ୍ ସଙ୍ଗିନୀ ହତ୍ୟା ଅଭିଯୁକ୍ତ କହିଲା, ‘ମୁଁ ଏଚ୍‌ଆଇଭି ପଜିଟିଭ୍‌ ଥିବାରୁ ସରସ୍ୱତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ନଥିଲି’!

ପୁଣେ: ସରସ୍ୱତୀ ବୈଦ୍ୟଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ବିଖଣ୍ଡିତ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ମନୋଜ ସାନେ ପୁଲିସକୁ କହିଛି ଯେ ସେ ଏଚ୍‌ଆଇଭି ପଜିଟିଭ୍‌ ଥିଲା। ଏବଂ ପୀଡ଼ିତାଙ୍କ ସହ ତାଙ୍କର କୌଣସି ଶାରୀରିକ ସମ୍ପର୍କ ନଥିଲା। ମୁମ୍ବାଇ ନିକଟସ୍ଥ ମୀରା ରୋଡ୍‌ରେ ଲିଭ୍‌ଇନ୍‌ ରିଲେସନ୍‌ରେ ଥିବା ଏହି ଦମ୍ପତିଙ୍କ ବାସଭବନରୁ ପୁଲିସ ସରସ୍ୱତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ପରେ ସାନେଙ୍କୁ ଗିରଫ କରାଯାଇଥିଲା।

ଏହା ପୂର୍ବରୁ ଅଭିଯୁକ୍ତ ସାନେ ଦାବି କରିଥିଲେ ଯେ ସରସ୍ୱତୀ ଆତ୍ମହତ୍ୟା କରିଛନ୍ତି। ସେ କହିଥିଲେ ଯେ ସେ ଭୟଭୀତ ହୋଇଥିଲେ ଏବଂ ଭାବିଥିଲେ ଯେ ପୁଲିସ ତାଙ୍କୁ ସରସ୍ୱତୀଙ୍କ ହତ୍ୟା ପାଇଁ ଫସାଇଦେବ ଏବଂ ତେଣୁ ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଏକ ପ୍ରେସର କୁକରରେ ସିଝାଇ ଫିଙ୍ଗି ଦେବାର ଯୋଜନା କରିଥିଲେ।

ତେବେ, ‘କୌଣସି ଅପରାଧିକ ପୃଷ୍ଠଭୂମି ନଥିବା ଅଭିଯୁକ୍ତ ଜଣକ ଅତ୍ୟନ୍ତ ସ୍ମାର୍ଟ ଏବଂ ସେମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି’ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି ଯେ ଅଭିଯୁକ୍ତ ସାନେ ବାରମ୍ବାର ବୟାନ ବଦଳାଉଛନ୍ତି ଏବଂ ନିଜ ବୟାନକୁ ବିରୋଧ କରୁଛନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ତାଙ୍କ ଦାବିରେ କୌଣସି ସତ୍ୟତା ନାହିଁ। ସେ ଏଭଳି ଥିଓରି ଉପସ୍ଥାପନ କରି ତଦନ୍ତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ସେ ଏଚଆଇଭି ପଜିଟିଭ ଅଟନ୍ତି, ତେବେ ଏହା ମାମଲା କିମ୍ବା ତଦନ୍ତକୁ ପ୍ରଭାବିତ କରିବ ନାହିଁ। କାରଣ ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଆମେ ତାଙ୍କର ଏଚଆଇଭି ପରୀକ୍ଷା କରିବୁ। ଫଳାଫଳ ଯାହା ହେଉ ନା କାହିଁକି, ଏହା ମାମଲାକୁ ପ୍ରଭାବିତ କରିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ମୀରାରୋଡ୍‌ ନିକଟରେ ଏକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ ମନୋଜ ସାନେ ଓ ସରସ୍ୱତୀ ବେଦ୍ୟ। ସେମାନେ ଗତ କିଛି ବର୍ଷ ହେବ ଲିଭ୍‌-ଇନ୍‌ ସଂପର୍କରେ ରହୁଥିଲେ। ମନୋଜ ସାନେର ବୟସ ୫୬ ଏବଂ ସରସ୍ୱତୀ ବେଦ୍ୟଙ୍କ ବୟସ ୩୬। ମନୋଜ ସାନେ ନିଜ ଲିଭଇନ୍‌ ସଙ୍ଗିନୀ ସରସ୍ୱତୀ ବେଦ୍ୟଙ୍କ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ଏବଂ ହତ୍ୟା ପରେ ଶରୀରକୁ ଗଛକଟା ମେସିନରେ ୨୦ ଖଣ୍ଡ କରି କାଟିବା ପରେ ପ୍ରେସର କୁକରରେ ସିଝାଇଥିଲା। ଏହାପରେ ଏଗୁଡ଼ିକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ଧୀରେ ଧୀରେ ଫୋପାଡ଼ିବାର ଯୋଜନା କରିଥିଲା।

କିନ୍ତୁ, ବୁଧବାର ସନ୍ଧ୍ୟାରେ ଉକ୍ତ ଲିଭ୍‌-ଇନ୍‌ ଦମ୍ପତି ରହୁଥିବା ଫ୍ଲାଟ୍‌ରୁ ପଚା ଗନ୍ଧ ଆସୁଥିବା ଲୋକେ ପୁଲିସକୁ ଜଣାଇଥିଲେ। ପୁଲିସ ଏହାପରେ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ସରସ୍ୱତୀଙ୍କ ନଷ୍ଟ ହୋଇଯାଇଥିବା ଶରୀରର କଟା ଖଣ୍ଡ ସବୁ ପାଇଥିଲା।

ସମ୍ବନ୍ଧିତ ଖବର