ସରକାରଙ୍କ ସହ ଆଲୋଚନା କଲେ ସମାଧାନର ବାଟ ବାହାରିବ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଆଜି ଦ୍ବିତୀୟ ଦିନ‌ରେ ପହଞ୍ଚିଛି। ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ ଚାଷୀଙ୍କୁ ସରକାରଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ ସରକାର ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ, କିନ୍ତୁ ସେମାନଙ୍କର ଦାବି ବଢୁଛି। ଅନୁରାଗ ଠାକୁର କହିଛନ୍ତି କି ରାହୁଲ ଗାନ୍ଧୀ ଏହି ଆନ୍ଦୋଳନ ମାଧ୍ୟମରେ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି କଂଗ୍ରେସ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବ କି?

ଏନଡିଟିଭି ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ‘‘ସରକାର ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ଆଲୋଚନା ପାଇଁ ଆସିବାକୁ ସେ କୃଷକ ନେତାମାନଙ୍କୁ ଅନୁରୋଧ କରିଥିଲେ।’’ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ ଚାହିଦା ବଢୁଛି। ସେ ବିକ୍ଷୋଭକାରୀଙ୍କୁ ଅଗ୍ନିକାଣ୍ଡ ଓ ହିଂସା ନକରିବାକୁ ନିବେଦନ କରିଛନ୍ତି।

ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।

ସମ୍ବନ୍ଧିତ ଖବର