ବୁଧବାର ଅପରାହ୍ଣ ୪ଟା ବେଳେ ଶପଥ ଗ୍ରହଣ କରିବେ ନୀତୀଶ

ପାଟନା : ଜେଡିୟୁ ନେତା ନୀତୀଶ କୁମାର ବୁଧବାରଦିନ ଅପରାହ୍ଣ ୪ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।

ମଙ୍ଗଳବାରଦିନ ନୀତୀଶ ଦୁଇଥର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଦୁଇଥର ଭେଟିଥିଲେ । ପ୍ରଥମ ଥର ଭେଟି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଏକ ଘଣ୍ଟା ପରେ ପୁଣି ଥରେ ରାଜଭବନ ଫେରିଥିଲେ । ଏଥର ସେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ରାଜ୍ୟପାଳଙ୍କୁ ଭେଟି ପ୍ରସ୍ତାବିତ ମହାଗଠବନ୍ଧନ ସରକାରକୁ ସମର୍ଥନ କରୁଥିବା ୧୬୪ ଜଣ ବିଧାୟକମାନଙ୍କ ସମର୍ଥନ ତାଲିକା ପ୍ରଦାନ କରିଥିଲେ ।

ଏନଡିଏରୁ ବାହାରିବା ପରେ ଜେଡିୟୁକୁ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସମେତ ମୋଟ ୭ଟି ଦଳ ସମର୍ଥନ କରିଥିଲେ । ଜଣେ ସ୍ବାଧୀନ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ନୀତୀଶ କହିଛନ୍ତି ।

ଅନ୍ୟପକ୍ଷରେ ନୀତୀଶ ବିହାର ଲୋକମାନଙ୍କ ଜନାଦେଶର ଅବମାନନା କରିଛନ୍ତି ବୋଲି କହିଛି ବିଜେପି ।

ଗତ ୭ ବର୍ଷରେ ୨ୟ ଥର ପାଇଁ ନୀତୀଶ କୁମାର ବିଜେପିର ହାତ ଛାଡ଼ିଛନ୍ତି । ୨୦୧୫ରେ ନୀତୀଶ ଏନଡିଏ ଛାଡ଼ି ଆରଜେଡି ସହ ମିଶି ସରକାର ଗଠନ କରିଥିଲେ । କିଛି ବର୍ଷ ପରେ ସେ ପୁଣି ଥରେ ଏନଡିଏକୁ ଫେରିଆସିଥିଲେ ।

 

ସମ୍ବନ୍ଧିତ ଖବର