ସିବିଆଇର ନୂତନ ନିର୍ଦ୍ଦେଶକ ମନୋନୟନ ପାଇଁ ଆଜି ବସିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଚୟନ କମିଟିର ଦ୍ୱିତୀୟ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂତନ ନିର୍ଦ୍ଦେଶକ ମନୋନୟନ ପାଇଁ ଆଜି ଚୟନ କମିଟିର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୩ ଜଣିଆ ଚୟନ କମିଟିରେ ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗେଇ ଅନ୍ୟ ଦୁଇ ସଦ୍ୟ ଭାବେ ରହିଛନ୍ତି। ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶକ ପଦବୀରୁ ଅପସାରିତ କରିବା ପରେ ଦେଶର ଏହି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି।

ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବା ପାଇଁ ଦେଶର ୮୦ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ୮୦ ଜଣିଆ ତାଲିକାରୁ ଜଣଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ କାହାକୁ ଚୟନ କରାଯିବ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି। ଏହା ପୂର୍ବରୁ ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ ନିମନ୍ତେ ଗତ ଜାନୁଆରି ୨୪ ତାରିଖରେ ଏହି କମିଟିର ଏକ ବୈଠକ ବସିଥିଲା। ହେଲେ, ଏହି ବୈଠକରେ କୌଣସି ସର୍ବସମତ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରି ନଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଚୟନ କମିଟିର ଦ୍ୱିତୀୟ ବୈଠକରେ ନୂତନ ସିବିଆଇ ନିର୍ଦ୍ଦେଶକଙ୍କୁ ମନୋନୟନ କରାଯିବାର ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧିତ ଖବର