ଶଶିକଳାଙ୍କ ୧୬୦୦ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ପୂର୍ବତନ ଏଆଇଏଡିଏମ୍‌କେ ନେତ୍ରୀ ଭି ଶଶିକଳାଙ୍କ ପ୍ରାୟ ୧୬୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଆ‌ୟକର ବିଭାଗ ଜବତ କରିଛି। ବେନାମୀ କାରବାର ନିରୋଧ ଆଇନ ଅଧୀନ‌ରେ ଶଶିକଳାଙ୍କ ସମ୍ପତ୍ତି ଜବତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୧୫୦୦ ‌‌କୋଟି ଟଙ୍କାର ବିମୁଦ୍ରୀକରଣ ନୋଟ୍‌ ବ୍ୟବହାର କରି ଏହି ସମ୍ପତ୍ତି କିଣାଯାଇଥିଲା। ଉଲ୍ଲେଖଯୋଗ୍ୟ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏବେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର